ଭୁବନେଶ୍ବର: ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ରେ ସ୍ଥାପନ ହେବ ଏକ ପ୍ଲାନେଟାରିୟମ୍ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି । ଏଥିସହିତ ୬ କୋଟି ଟଙ୍କା ବ୍ୟୟରେ ସାଇନ୍ସ ପାର୍କ ପ୍ରତିଷ୍ଠା ହେବ । ଗଣିତ ବିଶ୍ବବିଦ୍ୟାଳୟ , ଆଷ୍ଟ୍ରା ଫିଜିକ୍ସ ଓ ଆଷ୍ଟ୍ରୋନୋମି ସେଣ୍ଟର ନିର୍ମାର ହେବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ନୟାଗଡ଼ରେ ପ୍ଲାନେଟାରିୟମ୍ ପ୍ରତିଷ୍ଠା ହେବା ସମଗ୍ର ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ସୂଚନା ମୁତାବକ, ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ା ଠାରେ ରାଜ୍ୟ ସରକାର ଏକ ପ୍ଲାନେଟାରିୟମ୍ ସ୍ଥାପନ କରିବେ ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି ।
https://link.onylinks.com/x5bqGUVY