ଭୁବନେଶ୍ବର: ନୂଆ ବର୍ଷରେ ବିଜେପି ନୂଆ ରାଜ୍ୟ ସଭାପତି ଦାୟିତ୍ଵ ଗ୍ରହଣ କରିବେ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି, ବିଜେପିର ସାଙ୍ଗଠନିକ ନିର୍ବାଚନ ଅଧିକାରୀ । ନୂଆ ସଭାପତି ବାଛିବା ପାଇଁ ବୁଥ୍ ସ୍ତରରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏ ପ୍ରକ୍ରିୟା ୨୦ ତାରିଖରେ ଶେଷ ହେବ ବୋଲି କହିଛନ୍ତି ସହ ସାଙ୍ଗଠାନିକ ଅଧିକାରୀ ଯତୀନ ମହାନ୍ତି । ରାଜ୍ୟ ବିଜେପି ସଭାପତି ଚୟନ କରାଯିବା ପରେ ଦଳୀୟ ମଣ୍ଡଳ ଏବଂ ଜିଲ୍ଲା ସଭାପତି ଚୟନ କାର୍ଯ୍ୟ ଆରମ୍ଭ ହେବ । ବର୍ତ୍ତମାନ ସମୟରେ ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଦାୟିତ୍ବରେ ଅଛନ୍ତି ।