Ads

କଳାହାଣ୍ଡି: କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଆମପାଣି ଷ୍ଟେଟବ୍ୟାଙ୍କ ନିକଟରେ ଏକ ମାଲବୋଝେଇ ଟ୍ରକ୍‌ର ପଛ ଚକ ଫାଟିଯିବାରୁ ହଠାତ୍ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ଏ ନେଇ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘ ଓ କର୍ମଚାରୀମାନେ ପହଞ୍ଚି ଟ୍ରକରେ ଲାଗିବା ନିଆଁ ଆୟତ୍ତ କରିଥିଲେ। ଟ୍ରକ୍‌ଟି ମାଲ ବୋଝେଇ କରି ବିଶାଖାପାଟଣାରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ ନିଆଁ ଲାଗିଥିଲା। ତେବେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।
Previous Post Next Post

ADS