Ads

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ପରପାଙ୍କା ଓ ଡୁଲୁରୀ ଗ୍ରାମ ନିକଟ ନଦୀ ତଳିଆ ଜଙ୍ଗଲରେ ପ୍ରାୟ ୭୦ ଏକର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଏ ନେଇ ଉକ୍ତ ଗ୍ରାମର ୪ଜଣ ଗଞ୍ଜେଇ ଚାଷୀଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ପରପାଙ୍କା ଗ୍ରାମର ମାନସ ପ୍ରଧାନ, ରାଜୁ ବେହେରା, ପ୍ରଫୁଲ୍ଲ କୁମାର ପ୍ରଧାନ ଓ ଆଦିକନ୍ଦ ପ୍ରଧାନ। ଏମାନଙ୍କ ବ୍ୟତୀତ ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ସତ୍ୟଜିତ ମଲ୍ଲିକଙ୍କୁ ମଧ୍ୟ ଗିରଫ କରିଛି। ଚାଷୀମାନଙ୍କୁ ସହଯୋଗ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏ ନେ ନେଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Previous Post Next Post

ADS