କଟକ: କଟକ କନ୍ଦରପୁରରେ ମହିଳାଙ୍କ ଗଳା କାଟି ହତ୍ୟା ମାମଲାର ଏକ ସ୍ବତନ୍ତ୍ର ଟିମ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା। ଟେକ୍ନିକାଲ ଟିମ୍ ମଧ୍ୟ ଏଥିରେ ସାମିଲ ଅଛନ୍ତି। ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ କରିବା ହେଉଛି ପ୍ରଥମ ପ୍ରାଥମିକତା। ମୃତଦେହ ନିକଟରୁ ଜବତ ହୋଇଥିବା ପ୍ୟାଣ୍ଟ ପକେଟରୁ ମିଳିଥିବା ନ୍ୟୁ ଷ୍ଟାର୍ ଟେଲର ରସିଦ ନେଇ ସନ୍ଧାନ ଜାରି ରହିଛି। ଆଧାର ଲିଙ୍କ ନେଇ ମୃତକଙ୍କ ଫିଙ୍ଗର ପ୍ରିଣ୍ଟ ନିଆଯାଇଛି। ମୃତକଙ୍କ ହାତରେ ଥିବା ଚିତାକୁ କୁ ଭିତ୍ତି କରି ମଧ୍ଯ ସନ୍ଧାନ କରାଯାଉଛି। ଚିତାରେ ବଳିଆ ବାବା ଲେଖାଯାଇଥିବାରୁ ବାବା ବଳିଆ ଆଶ୍ରମକୁ ପୁଲିସ ଟିମ ଯାଇ ପଚରାଉଚରା କରୁଛି। ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଶ୍ରୀମିନା I
Tags
odisha