ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସିବିଆଇ ସମନ ପଠାଇଛି। ଗତ ୧୦ ତାରିଖରେ ସିବିଆଇର ନୂଆଦିଲ୍ଲୀ ଅଫିସରୁ ଏହି ସମନ ହୋଇଛି। ତଦନ୍ତରେ ସହଯୋଗ ପାଇଁ କୁହାଯିବା ସହ ୧୧ ତାରିଖରେ ଭୁବନେଶ୍ବର ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ଏହି ଅନୁଯାୟୀ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା କରିଥିଲା। ଜେରା ପରେ ପ୍ରତିକ୍ରିୟା ରଖିଛନ୍ତି ଡ୍ରାଇଭର ନୃସିଂହ। ସେ କହିଛନ୍ତି, ସାର୍ଙ୍କ ସମ୍ପର୍କରେ ସିବିଆଇ ତାଙ୍କୁ ପଚରାଉଚରା କରିଥିଲା। ଡ୍ୟୁଟି ପରେ ସାରେ କେଉଁଆଡ଼େ ଯାଆନ୍ତି କାହା ସହ ମିଶନ୍ତି ପଚାରିଥିଲେ ସିବିଆଇ କର୍ମଚାରୀ। ୭ ତାରିଖ ସନ୍ଧ୍ୟାରେ କେଉଁଠାରେ ସାର୍ ଥିଲେ ସେ ବିଷୟରେ ମଧ୍ଯ ସିବିଆଇ ନୃସିଂହଙ୍କୁ ପଚରାଉଚରା କରିଥିଲା।