ବଲାଙ୍ଗୀର: ଜିଲ୍ଲା ପୁଇଁତଳା ବ୍ଳକ ଅନ୍ତର୍ଗତ ପୁଇଁତଳା ଗ୍ରାମର ନୂଆପଡା ରାସ୍ତା ଉପରେ ଗୋଟିଏ ପଟେ ସିମେଣ୍ଟ ଗୋଦାମ ର ସିମେଣ୍ଟ ଗୁଣ୍ଡ ଆଉ ଗୋଟିଏ ପଟେ ପ୍ଲାଷ୍ଟିକ କବାଡି ଖାନାର ପ୍ଲାଷ୍ଟିକ ଗୁଣ୍ଡ ଯୋଗୁଁ ଅତିଷ୍ଟ ହେଲେଣି ଗ୍ରାମବାସୀ ଯାହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l ଘର ନିକଟରେ ଥିବା ସିମେଣ୍ଟ ଗୋଦାମ୍ ରହିଥିବା ଯୋଗୁଁ ସିମେଣ୍ଟ ଗୁଣ୍ଡରେ ଲୋକେ ଅତିଷ୍ଟ ହୋଇଗଲେଣି l ଏବେ ପୁଣି ପ୍ଲାଷ୍ଟିକ ଗୋଦାମରେ ମଧ୍ଯ ପ୍ଲାଷ୍ଟିକ ରି ସାଇକିଲିଂ ମେସିନ ଚଳାଇବା ଯୋଗୁ ପ୍ଲାଷ୍ଟିକ ଗୁଣ୍ଡ ସହ ଶବ୍ଦ ପ୍ରଦୂଷଣ ଯୋଗୁ ପିଲାଙ୍କ ପାଠ ପଢା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି I ସିମେଣ୍ଟ ଗୁଣ୍ଡ, ପ୍ଲାଷ୍ଟିକ ଗୁଣ୍ଡ ସବୁ ଆଡ଼େ ପଡୁଛି,ଏପରିକି ଲୋକଙ୍କ ଖାଦ୍ୟ ପଦାର୍ଥ, ପିଇବା ପାଣିରେ ଉଡି ପଡୁଛି I ଯାହାଫଳରେ ପୁଇଁତଳା ଗାଁ ର ଅନେକ ଲୋକ ଚର୍ମ ରୋଗ, ଶ୍ୱାସ ଜନିତ ରୋଗ, କିଡିନୀ ରୋଗର ଶିକାର ହେଉଥିବା ଜଣାପଡିଛି I ସ୍ଥାନୀୟ ଲୋକେ ଦୋକାନ ମାଲିକଙ୍କୁ ଏ ନେଇ ବାରମ୍ବାର କହିବା ପରେ ବି ସେମାନେ କର୍ଣ୍ଣପାତ କରୁନାହାନ୍ତି l ତେବେ ଜନବସତି ସ୍ଥାନ ରେ ସିମେଣ୍ଟ ଗୋଦାମ, ପ୍ଲାଷ୍ଟିକ ରି ସାଇକିଲିଂ ଗୋଦାମ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ କେମିତି ପାରମିଶନ ମିଳିଲା ସେ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠୁଛି l ଏପରିକି ସେମାନେ ନିଜ ଘର ଦ୍ୱାର ଛାଡି ଅନ୍ୟତ୍ର ରହିବାକୁ ମଧ୍ୟ ଇଛା କଲେଣି l ତେଣୁ ସାମୁହିକ ସ୍ୱାର୍ଥ ତଥା ଶିଶୁମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ଦୃଷ୍ଟିରୁ ଗାଁ ମଧ୍ୟରେ ଥିବା ଏହି ସିମେଣ୍ଟ ଗୋଦାମ, ପ୍ଲାଷ୍ଟିକ ରି ସାଇକିଲିଂ ଗୋଦାମକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ପୁଇଁତଳା ଗ୍ରାମବାସୀ ଦାବି କରିଛନ୍ତି l