ଖୋର୍ଦ୍ଧା: ସକାଳୁ ସକାଳୁ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ବରଗଡ଼ରୁ ଭୁବନେଶ୍ବର ଆସୁଥିବା ଚକାଡୋଳା ବସ୍ ଦର୍ଘଟଣା ଶିକାର ହୋଇଛି । ବାଘମାରୀ-ବେଗୁନିଆ ନିକଟରେ ଅଚାନକ ବସ୍ ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିବା ସୂଚନା ମିଳିଛି । ତେବେ ଭୁବନେଶ୍ବର ଅଭିମୁଖେ ଆସୁଥିବା ଏହି ବସ୍ ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଯାତ୍ରୀ ଆହତ
ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଆହତଙ୍କୁ ଖୋର୍ଦ୍ଧା ପଠାଯାଇଥିବା ବେଳେ ଆଉ କିଛି ଆହତଙ୍କୁ ଭୁବନେଶ୍ବର ଚିକିତ୍ସା ପାଇଁ ପଠାଯାଇଛି । ତେବେ ବାଘମାରୀ-ବେଗୁନିଆ ରାସ୍ତାରେ ଭାରସାମ୍ୟ ହରାଇ ବସ୍ ଓଲଟି ପଡ଼ିଥିବା କୁହାଯାଇଛି ।