Ads

ବୌଦ୍ଧ:ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ବୟନ ବିଭାଗର ଦୁଇ କର୍ମଚାରୀ। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବୈଦ୍ୟନାଥପୁର ଗ୍ରାମର ଗଜାନନ ତନ୍ତୁବାୟ ସହଯୋଗ ସମିତିର ଟଙ୍କା ଉଠାଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ହସ୍ତଖତ ଆବଶ୍ୟକତା ଥିଲା। ସମୁଦାୟ ତେର ଲକ୍ଷ ପଚାଶ ହଜାର ଟଙ୍କା ଉଠାଣ ପାଇଁ ସବୁକିଛି କାଗଜପତ୍ର କାମ ସରିବା ପରେ ବୟନ ବିଭାଗର ଦୁଇ ଇନ୍ସପେକ୍ଟର ଲାଞ୍ଚ ଦେବାକୁ ସମିତିର ସମ୍ପାଦକ ପଞ୍ଚାନନ ମେହେରଙ୍କୁ ଦାବି କରିଥିଲେ  । ଏ ସମ୍ପର୍କରେ ସମ୍ପୃକ୍ତ ସଂପାଦକ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଆଜି ଯୋଜନା ମୁତାବକ ଦୁଇ କର୍ମଚାରୀଙ୍କୁ ଭିଜିଲାନ୍ସ କାବୁ କରି ସେମାନଙ୍କ ଠାରୁ ଦଶ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି  । ଗିରଫ ଦୁଇ କର୍ମଚାରୀ ହେଲେ କୃଷ୍ଣ ଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସ। ବୌଦ୍ଧ ଭିଜିଲାନ୍ସ ଡିଏସପି ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ଫୁଲବାଣୀ ଡିଏସପି ହେମନ୍ତ କୁମାର ମହାନ୍ତି, ସନ୍ତୋଷ କୁମାର ସାହୁ,ମନୋଜ କୁମାର ନାଏକ ତଥା ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଏହି ଚଢଉରେ ସାମିଲ ହୋଇଥିଲେ  ।
Previous Post Next Post

ADS