Ads

ବୌଦ୍ଧ: ବୌଦ୍ଧ ଜିଲ୍ଲାର ସଂଗ୍ରାମପୁର ହାଇସ୍କୁଲ ପଡିଆରେ ଆଜି ବିଦ୍ୟାଳୟ ସାମୁହ ଏବଂ ବିଜୟା ୟୁଥ କ୍ଳବ ପକ୍ଷରୁ ପିଣ୍ଡେ ବ୍ରହ୍ମlଣ୍ଡ ଓ ପଞ୍ଚଭୂତ ମହାଯଜ୍ଞ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଆଲୁମିନା କମିଟି ସଭାପତି ନିରଞ୍ଜନ ମେହେରଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ଦିବସରେ ଅତିଥି ଭାବେ ଡ଼ ପ୍ରବୀର କୁମାର ଦାସ, ଶ୍ରୀ ବାସୁଦେବ ପାତ୍ର, ଶ୍ରୀ ପ୍ରମୋଦ କୁମାର ଚାନ୍ଦ, ଶ୍ରୀ ଶ୍ରୀକାନ୍ତ ମିଶ୍ର ଏବଂ ଦାମଦୋର ସାହୁ ଓ ଆୟୋଜକ କମିଟି ସଦସ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ଶ୍ରୀ ବସନ୍ତ କୁମାର ପ୍ରଧାନ, ଶ୍ରୀ ଅକ୍ଷୟ ମହାକୁଡ଼, ଶିଶିର ଦ୍ବୀପ ଏବଂ ଅଜିତ କୁମାର ମେଣ୍ଡିଲି ପ୍ରମୁଖ ଉପସ୍ଥିତ ରହି ଦୀପଜାଲି ଶୁଭ ଉଦଘାଟନ କରିଥିଲେ l ଏହାପରେ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ବକ୍ତବ୍ୟ ରଖିଥିଲେ କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସାମ୍ବାଦିକ, ସମାଜସେବୀ, ସମାଜ ସଂସ୍କlରକ  ବ୍ୟକ୍ତି ବିଶେଷ ମାନଙ୍କୁ କମିଟି ପକ୍ଷରୁ ଉପଢୌକଣ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଏଥିରେ ତିନୋଟି ବିଦ୍ୟାଳୟ ପଂଚାୟତ ହାଇସ୍କୁଲ ସଂଗ୍ରାହ୍ମପୁର, ଏମିସ୍କୁଲ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ସଂଗ୍ରାମପୁରର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ରଶ୍ମିତା ମେହେର ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ l
Previous Post Next Post

ADS