Ads

ସୁନ୍ଦରଗଡ଼: ଜିଲା ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଜକୈକଳା ଗ୍ରାମରେ ଏକ ଗୋଠଛଡ଼ା ଦନ୍ତା ଶୁଣ୍ଢରେ ଟେକିନେଇ କଚାଡ଼ିବା ପରେ ପାଦରେ ଦଳି ଜଣଙ୍କୁ ମାରିଦେଇଥିବା ଜଣାପଡିଛି। ମୃତକ ଜକୈକଳା ଗ୍ରାମର ଧରଣୀ ପାତ୍ର। ଆଜି ପ୍ରତ୍ୟୁଷରେ ଘର ଅଗଣା ଝାଡୁ କରିବା ସମୟରେ ନିକଟରେ ବୁଲୁଥିବା ଗୋଠଛଡ଼ା ଦନ୍ତା ଶୁଣ୍ଢରେ ଟେକି ନେଇ କଚାଡ଼ିବା ପରେ ପାଦରେ ଦଳି ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପ୍ରଚାରିତ ହେବା କ୍ଷଣି ଆତ୍ମୀୟ ଓ ଗ୍ରାମବାସୀ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ବାରମ୍ବାର ଏଭଳି ଘଟଣା ଘଟିବା, ବ୍ୟାପକ କ୍ଷୟକ୍ଷତି ହେବା ନେଇ ଏବେ ସମ୍ପୂର୍ଣ ଜନସାଧାରଣ ବନ ବିଭାଗକୁ ଦାୟୀ କରିବା ସହ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଇତ୍ୟାଦି ଦାବି ନେଇ ଉତ୍ତେଜନା ପ୍ରକାଶ ପାଇଛି।
Previous Post Next Post

ADS