Ads

ବୌଦ୍ଧ: ଗତକାଲି ଠାରୁ ନିଖୋଜ ଥିବା ବୃଦ୍ଧା ନାଳରୁ ଉଦ୍ଧାର I ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ପଡାର ନିଖୋଜ ବୃଦ୍ଧ ତଥା ଅବସରପ୍ରାପ୍ତ ଶିକ୍ଷକ ଶଙ୍କର୍ଷଣ ମେହେର ଉଦ୍ଧାର ହୋଇଛନ୍ତି | ସେ ଗତକାଲି ଠାରୁ ନିଖୋଜ ହୋଇ ଯାଇଥିଲେ l ଏ ସମ୍ପର୍କରେ ପରିବାର ଲୋକେ ଓ ସମ୍ପର୍କୀୟ ଗତକାଲି ରାତି ସାରା ଖୋଜାଖୋଜି କରି ତାଙ୍କର ସନ୍ଧାନ ପାଇ ନ ଥିଲେ I ଫଳରେ ଆଜି ସକାଳ ରେ  ପରିବାର ଲୋକେ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଆଜି ମଧ୍ୟ ପରିବାର ସଦସ୍ୟ ଆଖପାଖ ଅଂଚଳରେ ଖୋଜାଖୋଜି କରୁଥିବା ବେଳେ ଟିକିରାପଡା ନିକଟ ଏକ ବିଲ ମଧ୍ୟରେ ଯାଇଥିବା କାଡା ନାଳ ମଧ୍ୟରେ ପଡି ରହିଥିବା ଦେଖିବାକୁ ପାଇଥିଲେ l ସେଠାରୁ ତାଙ୍କୁ ଉଦ୍ଧାର କରା ଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣାପଡିଛି l
Previous Post Next Post

ADS