ଢେଙ୍କାନାଳ: ଜିଲାର ପରଜଙ୍ଗ ଥାନା ବସୋଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣି ଗାଁ ଚୌପାଢ଼ିରେ ଥିବା ଠାକୁରାଣୀଙ୍କ ପଣାଖୁଣ୍ଟିରେ ବଳି ଦେଇଛନ୍ତି ପିଶାଚ ଯୁବକ। ମୃତ ଯୁବକ ଜଣଙ୍କ ବସୋଇ ଗାଁର ରାକେଶ ସେଠୀ। ମିଳିଥିବା ଖବର ଅନୁସାରେ ରାକେଶ ସାଇକେଲ ଯୋଗେ ଚିକେନ ପାଇଁ ଯାଇଥିବା ବେଳେ ଟାଙ୍ଗିଆରେ ହାଣି ଥିଲେ ଉକ୍ତ ଯୁବକ। ଅଭିଯୁକ୍ତ ଯୁବକ ବସୋଇ ଗାଁର ସରୋଜ ବିଶ୍ବାଳ ଓରଫ ମକୁ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପ୍ରଥମେ ସେ ଠେଙ୍ଗାରେ ପିଟି ପିଟି ରାକେଶଙ୍କୁ ହତ୍ୟା କରିଥିଲେ ଏବଂ ପରେ ଏକ ଟାଙ୍ଗିଆରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଗାଁରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି I