ଭବାନୀପାଟଣା: କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ବାନେର ଛକ ନିକଟରେ ଗତ ୨୯ ତାରିଖରେ ଜଣେ ବାଇକ୍ ଆରୋହୀଙ୍କୁ ଟ୍ୟାଙ୍କର ଧକ୍କା ଦେଇଥିଲା। ଏଥିରେ ବାଇକ ଆରୋହୀ ଗୁରୁତର ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ବାଇକ୍ ଆରୋହୀଙ୍କ ନାମ ଉଚ୍ଛବ ବାଗ। ସେ ବାନେର ଗାଁର ବୋଲି ଜଣାପଡ଼ିଛି । ଏହାକୁ ନେଇ ଗୁରୁବାର ସକାଳେ କ୍ଷତିପୂରଣ ଦାବିରେ ପରିବାର ଲୋକ ମୃତଦେହ ରଖି ବାନେର ଛକଠାରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଜୟପାଟଣା- ମୋଟେର ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଛି।