Ads

ବୌଦ୍ଧ:ଗୁରୁବାର ଦିନ ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ବୌଦ୍ଧ ସହରରେ ଅବସ୍ଥିତ ବୁଦ୍ଧ ପାର୍କରେ ଥିବା ଭଗବାନ ବୁଦ୍ଧଦେବଙ୍କ ସମ୍ମୁଖରେ ପୂଜାର୍ଚନାକରି "ବୌଦ୍ଧ ଦିନ ପାଳିତ ହୋଇଯାଇଛି। ଗର୍ଜନ ସେନା ସଭାପତି ବାଲ୍ମୀକି ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସମାଜସେବୀ ସଂଘ ସ୍ୱୟଂ ସେବକ ଦେବବ୍ରତ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୌଦ୍ଧ ମାଟିର ଗାରିମା ମୟ ଇତିହାସ, ଲୋକଲୋଚନକୁ ଆସିପାରୁନଥିବା ଅନେକ ପର୍ଯ୍ୟଟନ ସ୍ଥଳୀ, କିମ୍ବଦନ୍ତୀ ଯୁବକ ମାନଙ୍କ ପ୍ରୟାଶରେ ହିଁ ସାମ୍ନାକୁ ଆସିପାରିବ ଏବଂ ତାର ବିକାଶ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ I ଏବଂ ସଂମ୍ମାନିତ ଅତିଥି ଭାବରେ ସାହିତ୍ୟିକ ବାସୁଦେବ ପାତ୍ର ଯୋଗ ଦେଇ ବୌଦ୍ଧ ମାଟିକୁ ସବୁବେଳେ ଅବହେଳା ହେଉଥିବା ଦର୍ଶାଇଲେ ଏବଂ ଯୁବ ସମାଜ ହିଁ ବୌଦ୍ଧକୁ ଆଗେଇ ନେବେ ବୋଲି ମତ ଦେଇଥିଲେ। ଗର୍ଜନ ସେନାର ଦେବାଶିଷ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ, ରାଜେଶ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ସିଂହ ଗର୍ଜନ ସ୍ୱରୂପ ଲଢେଇ କରିବା ପାଇଁ ଗର୍ଜନ ସେନା କାର୍ଯ୍ୟକର୍ତା ମାନେ ଶପଥ ପାଠ କରିଥିଲେ। ସହରରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ ସେନା ତରଫରୁ ପୁଷ୍ପମାଲ୍ୟ ପ୍ରଦାନ କରାଗଲା। ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ତଥା ସାହିତ୍ୟିକ, ଐତିହାସିକ, ଗାଳ୍ପିକ ବାସୁଦେବ ପାତ୍ର ମହୋଦୟଙ୍କୁ *ବୌଦ୍ଧ ସମ୍ମାନ-2025* ସମ୍ମାନରେ ଗର୍ଜନ ସେନା ତରଫରୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବ୍ରଜ ବିହାରୀ ମହାକୁଡ଼ ଧନ୍ୟବାଦ ପ୍ରଦାନ କରିଥିଲେ।  ବୌଦ୍ଧ ଦିନ ଉତ୍ସବରେ ବୃନ୍ଦାବନ ପାତ୍ର, ସିଲୁ ମହାକୁଡ଼, ସୁଶୀଲ ପାତ୍ର, ରଂଜିତ ମେହେର, ହରି ମହାକୁଡ଼, ରବି ନାରାୟଣ ଭୋକ୍ତା, ଦୀନେଶ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
Previous Post Next Post

ADS