ବୌଦ୍ଧ: ଜିଲ୍ଲା ବ୍ରାହ୍ମଣ ସମାଜ ର ଶକ୍ତି ବାହିନୀ ଙ୍କୁ ନେଇ ବୌଦ୍ଧ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସମାଜର ସମ୍ପାଦକ ଶ୍ରୀ ଶମ୍ଭୁ ପ୍ରସାଦ ମିଶ୍ର ପୂର୍ବରୁ ଜିଲ୍ଲାରେ ହୋଇଥିବା ରାଜ୍ୟ କାର୍ଯକାରିଣୀ ସଭାରେ ମହିଳା ମାନଙ୍କ ସମ୍ପୂର୍ଣ ସହଯୋଗ ପାଇଁ ସମାଜ ପକ୍ଷରୁ କୃତଜ୍ଞତା ଜଣାଇଥିଲେ I ଏବଂ ଆଗାମୀ ଦିନରେ ଶତାଧିକ ବ୍ରାହ୍ମଣ ମହିଳା ନିଜର ଶକ୍ତି ପ୍ରଦର୍ଶନ ପୂର୍ବକ ଜିଲ୍ଲା ରେ ଏକ ପ୍ରଶିକ୍ଷଣ ବର୍ଗ ରାଜ୍ୟ ନିର୍ଦେଶରେ କରାଯିବାକୁ ସ୍ଥିର କରାଯାଇଥିବା କଥା ପ୍ରକାଶ କରିଥିଲେ I ଆବାହକ ଶଙ୍କର ପ୍ରସାଦ ମିଶ୍ର ଶକ୍ତି ବାହିନୀ କିପରି ସଶକ୍ତ ହୋଇ ପାରିବ ତାହା ଉପରେ ପରାମର୍ଶ ଦେଇଥିଲେ I କୋଷାଧକ୍ଷ ହରି ପ୍ରସାଦ ମିଶ୍ର ସରଳ ଭାବରେ କିପରି ବ୍ୟାଙ୍କ ଖାତା ଖୋଲିବା ଓ ପାଣ୍ଠି ବଢାଇବା କୁ ପରାମର୍ଶ ଦେଇଥିଲେ I ରାଜ୍ୟ ଶକ୍ତି ବାହିନୀ ସହ ପ୍ରମୁଖ ମିନା ରାଣୀ ମିଶ୍ର ରାଜ୍ୟ ରେ ଜିଲ୍ଲା ଶକ୍ତି ବାହିନୀ ଆଗାମୀ ଦିନରେ କିପରି ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ତାହା ସମସ୍ତେ ଚେଷ୍ଟା କରାଯିବାକୁ ପରାମର୍ଶ ଦେଇଥିଲେ I ଜିଲ୍ଲା ଶକ୍ତି ବାହିନୀ ସଭାନେତ୍ରୀ ବନିତା ମହାପାତ୍ର ରାଜ୍ୟ କାର୍ଯକାରିଣୀ ରେ ସହଯୋଗ ପାଇଁ ସମସ୍ତ ଙ୍କ ପ୍ରସଂସା କରିଥିଲେ I ସମ୍ପାଦକ ସବିତା ମିଶ୍ର, କୋଷାଧକ୍ଷ ରଞ୍ଜିତା ମିଶ୍ର ଓ ଉପ ସଭାନେତ୍ରୀ ପ୍ରମୁଖ ସଂଗଠନ କୁ ସୁଦୃଢ କରାଯିବ ବୋଲି ନିଜ, ନିଜ ମତ ବ୍ୟକ୍ତ କରିଥିଲେ I ସମାଜ ର କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ ପୁରୋହିତ ସମାଜକୁ ଆଗେଇ ନେବାରେ ମୁଁ ସବୁବେଳେ ପ୍ରସ୍ତୁତ ବୋଲି କହିଥିବା ବେଳେ ଅନ୍ୟ ତମ ସହଯୋଗୀ ତଥା ବରିଷ୍ଠ ସଦସ୍ୟ ଓ ଆଇନଜିବୀ ଆଶୁତୋଷ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I