Ads

ବାଲେଶ୍ବର: ଅଜା ଘରେ ନିଆଁ ଲଗାଇଦେଲେ ନାତି। ଜଳିଗଲା ୩ ବଖରା। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲା ନୀଳଗିରି ଏନଏସି ଅଧୀନ ୧୧ନମ୍ବର ୱାର୍ଡ ବାଣପୁର ଗାଁରେ। ମିଡ଼ିଆ ରିପୋର୍ଟ ଅନୁସାରେ,ଜୟରାମ ଦଳେଇଙ୍କ ଘରେ ତାଙ୍କ ଝିଅ, ଦୁଇ ନାତି ଦୀର୍ଘଦିନ ଧରି ରହିଆସୁଥିଲେ। ବଡ଼ନାତି ମାଧ ବିଶ୍ବାଳଙ୍କ ସହିତ ଅନ୍ୟ ଭାଇ ଗଣେଶଙ୍କ ମଧ୍ୟରେ ଝଗଡା ହୋଇଥିଲା। ମଦ ନିଶାରେ ଥିବା ବେଳେ ରାଗିଯାଇ ନିଜେ ରହୁଥ‌ିବା ଚାଳ ଘରେ ନିଆଁ ଲଗାଇ ଦେଇଥିଲେ। ଗାଁଲୋକେ ଲିଭାଇବା ପାଇଁ ଯିବା ବେଳକୁ ମାଧ ସେମାନଙ୍କୁ ଛାଡି ନ ଥିଲେ। ଫଳରେ ଗ୍ରାମବାସୀ ନିଆଁକୁ ଲିଭାଇ ପାରି ନ ଥିଲେ। ପରେ ଦମକଳ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଘର ସମ୍ପୂର୍ଣ ଜଳିଯାଇଥିଲା। ପୋଲିସ ନାତି ମାଧ ଓ ଗଣେଶଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି I
Previous Post Next Post

ADS