Ads

ବୌଦ୍ଧ :ପଡୋସୀ ବଙ୍ଗାଳଦେଶ ରେ ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟଚାର କୁ ବିରୋଧ ତଥା ଭାରତରେ ବାଙ୍ଗଲାଦେଶୀ ରୋଇଙ୍ଗା ମାନଙ୍କୁ ବିତାଡିତ କରି ଦେଶର ଆନ୍ତରିଣ ସୁରକ୍ଷାକୁ ମଜବୁତ କରାଯିବା ଦାବି ନେଇ ଆଜି ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ସହର ପରିକ୍ରମା କରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ସମିତିର ସଂଜଯୋକ ଶମ୍ଭୁ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ବିଦ୍ୟର୍ଥୀ ପରିଷଦ, ଇସ୍କନ ସଂସ୍ଥା, ଗାୟତ୍ରୀ ପରିବାର, ତପସ୍ୱିନୀ ପରିବାର, ଶ୍ରମିକ ସଂଘ, କିସାନ ସଂଘ, ଭାରତୀୟ ଜନତା ପାର୍ଟି, ଭାରତୀୟ ଶିକ୍ଷଣ ମଣ୍ଡଳର ସଦସ୍ୟ ଓ କର୍ମକର୍ତ୍ତା ତଥା ବିଭିନ୍ନ ମଠର ସାଧୁ ସନ୍ଥ, ବୁଦ୍ଧିଜୀବୀ, ଓ ହିନ୍ଦୁ ନାଗରିକ ମାନେ ସାମିଲ ହୋଇଥିଲେ l ଏହାପରେ ଜ଼ିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା l
Previous Post Next Post

ADS