ନ୍ୟୁଓଡ଼ିଶା(ବ୍ୟୁରୋ):ଭୃସଙ୍ଗ ପତ୍ର ଏକ ଆୟୁର୍ବେଦିକ ଔଷଧ। ହୁଏତ ଏହା ସମ୍ପର୍କ ରେ ହୁଏତ ବହୁତ ଲୋକ ଜାଣିଥିବେ I ଏଥିରେ ଭିଟାମିନ ସି , ମ୍ୟାଗ୍ନେସିୟମ , ଆଇରନ , କପର , କ୍ୟାଲସିୟମ , ଫସଫରସ , ଫାଇବର ଏବଂ କାର୍ବୋହାଇଡ୍ରେଟ ଭଳି ଗୁରୁତ୍ବପୂର୍ଣ୍ଣ ନ୍ୟୁଟ୍ରିସନ ମିଳିଥାଏ । ଆପଣ ଦେଖୁଥିବେ ଯେ, ଓଡ଼ିଶାରେ ଅଧିକାଂଶ ଆଇଟମରେ ଏହି ପତ୍ରକୁ ବ୍ୟବହାର କରାଯାଇଥାଏ । ଏହା ସ୍ବାଦ ପାଇଁ ନୁହେଁ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀତା। ଅନେକ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଆମେ ପ୍ରତିଦିନ ସକାଳୁ ଖାଲି ପେଟରେ ୪ରୁ ୫ଟି ଭୃସଙ୍ଗ ପତ୍ର ଚୋବାଇବାକୁ ପରାମର୍ଶ ଦେଇଛନ୍ତି । ଏହା ଦ୍ବାରା ଡାଇବେଟିସ ବା ମଧୁମେହ ରୋଗୀ ସକାଳୁ ଉଠି ଭୃସଙ୍ଗ ପତ୍ର ଚୋବାଇବା ନିହାତି ଆବଶ୍ୟକ । ଏଥିରେ ବ୍ଲଡ ସୁଗାର କଣ୍ଟ୍ରୋଲ ହୋଇଥାଏ। ସେହିପରି ଯେଉଁ ଲୋକେ ନିଜର ବଢୁଥିବା ଓଜନକୁ ନେଇ ଚିନ୍ତାରେ ଅଛନ୍ତି , ସେମାନଙ୍କ ପାଇଁ ଭୃସଙ୍ଗ ପତ୍ର ଲାଭଦାୟକ ରହିବ । ସକାଳୁ ଉଠିବା ପରେ ଏହାକୁ ଚୋବାଇବା ଦ୍ବାରା ବଡି ଡିଟକୁ ହେବା ସହ ମେଟାବଲିଜିମ ମଧ୍ୟ ବୁଷ୍ଟ ହେବ । ଏହାର କାରଣ ଓଜନ ହ୍ରାସ ପାଇଥାଏ I