ଅଧିକ ଜାଣିବା ପାଇଁ ଏହି ଲିଙ୍କ୍ କୁ Click କରନ୍ତୁ- Rovadik Horse Riding Polo Boots,Genuine Leather Drassage Tall Boots for Horse Riders @ ₹ 3,000 / pair - https://m.indiamart.com/proddetail/2854759202133.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=27
ବୌଦ୍ଧ: ଜିଲ୍ଲା ଖୁଣ୍ଟବନ୍ଧ ବଜାର ପ୍ରାଙ୍ଗଣ ଠାରେ ଆଜି ଖରିପ୍ ଧାନକ୍ରୟ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟ କ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ମଣ୍ଡି ର ଶୁଭାରମ୍ଭ କରିବା ସହିତ କିଭଳି ଭାବରେ ଚାଷୀ ମାନଙ୍କ ଧାନ ସୁରୁଖୁର ରେ ବିକ୍ରି ହୋଇପାରିବ ଏବଂ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା ଚାଷୀ ପାଇ ପାରିବେ ସେ ଦିଗରେ ସମସ୍ତେ ଧ୍ୟାନ ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଶ୍ରୀ ପ୍ରଧାନ ଉପସ୍ଥିତ ଚାଷୀମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନେକ ଅଧିକାରୀ ଓ ଚାଷୀ ଉପସ୍ଥିତ ଥିଲେ I