ଅଧିକ ଜାଣିବା ପାଇଁ ଏହି ଲିଙ୍କ୍ କୁ Click କରନ୍ତୁ- Rovadik Horse Riding Polo Boots,Genuine Leather Drassage Tall Boots for Horse Riders @ ₹ 3,000 / pair - https://m.indiamart.com/proddetail/2854759202133.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=27
କଣ୍ଟାମାଳ,୨୪।୧୨: ଗଭୀର ନଳକୂପରେ ବିଦ୍ୟୁତ ସଂଯୋଗ ହୋଇ ନ ଥିବା ବେଳେ ମୋଟର ଲାଗି ନ ଥିବାରୁ ଏହାର ସମଧାନ ନେଇ ଗଡ଼ଫସଫେଡ଼ି ଗ୍ରାମର ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ଗଡ଼ଫସଫେଡ଼ି ଗ୍ରାମରେ ସରକାରଙ୍କ ବିଜୁ କୃଷକ କଲ୍ୟାଣ ଯୋଜନାରେ ଚାଷୀ ମାନଙ୍କୁ ମିଳୁଥିବା ଗଭୀର ନଳକୂପ ବାଟବଣା ହୋଇଛି। ଗଭୀର ନଳକୂପ ଖନନ ହେବାର ୪ବର୍ଷ ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇନଥିବା ଅଭିଯୋଗ ହେଉଛି। ଚାଷୀମାନେ ଗଭୀର ନଳକୂପ ଖନନ ପାଇଁ ଧାର କରଜ କରି ଟଙ୍କା ଜମା କରି ହାତବାନ୍ଧି ନିରାଶାରେ ବସିଛନ୍ତି। ଯାହାକୁ ନେଇ ଚାଷୀମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ୪ବର୍ଷ ହେଲା ଖୋଲାଯାଇଥିବା ଗଭୀର ନଳକୂପ ଅଧାପନ୍ତରିଆ ଭାବେ ପଡ଼ିରହିଛି। ନଳକୂପ ଖୋଲାଯାଇଛି ସତ କିନ୍ତୁ ମୋଟର ବସିନାହଁ କି ବିଦ୍ୟୁତ୍ ମଧ୍ୟ ସଂଯୋଗ ହୋଇ ନାହିଁ। କେବଳ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଇଥିବା ବେଳେ ତାର ଟଣା ଯାଇ ନାହିଁ କି ଟ୍ରାନ୍ସଫର୍ମ ବି ବସିନାହିଁ। କ୍ଷେତରେ ଖୋଲାଯାଇଥିବା ନଳକୂପ ପୋତି ହେବାକୁ ବସିଲାଣି। କ୍ଷେତରେ ପାଣି ଆବଶ୍ୟକ ଥିବା ବେଳେ ଚାଷୀ ମରୁଡି ସମସ୍ୟା ସାମ୍ନା କରିବାକୁ ପଡୁଛି। ସରକାର ଚାଷୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଏଭଳି ସମସ୍ୟା ଦେଖାଯାଉଥିବା ଅଭିଯୋଗ ହୋଇଛି ।ଚାଷୀ ସତ୍ୟବାଦୀ ପ୍ରଧାନଙ୍କ ନେତୃତ୍ୱରେ ହିତାଧିକାରୀ ମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଚାଷୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ଚାଷୀ ଦାବୀ କରିଛନ୍ତି । ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଜିଲ୍ଲାପାଳ ଅସହାୟ ପ୍ରକାଶ କରିବା ସହ ବିଧାୟକଙ୍କ ନିକଟକୁ ଯାଇ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିବା ଚାଷୀ କହିଛନ୍ତି ।