ଅଧିକ ଜାଣିବା ପାଇଁ ଏହି ଲିଙ୍କ୍ କୁ Click କରନ୍ତୁ- Rovadik Horse Riding Polo Boots,Genuine Leather Drassage Tall Boots for Horse Riders @ ₹ 3,000 / pair - https://m.indiamart.com/proddetail/2854759202133.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=27
ବୌଦ୍ଧ: ମଙ୍ଗବାର ବୌଦ୍ଧ ବ୍ଲକ୍ ଟାଇଁଜନ ସ୍ଥିତ ହନୁମାନ ପିଠରେ ନବମ ବାର୍ଷିକ ଉତ୍ସବ ଅବସରରେ ମହାବୀର ମହାସଂଘ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ପାରାୟଣ ଓ ରାବଣ ଦରବାର ପାଇଁ ଶୁଭସ୍ତମ୍ଭ ସ୍ଥାପନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବାବା ଅଭିରାମ ମହାରାଜଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ଶ୍ରୀ ପ୍ରକାଶ ରଥ ଓ ପୂଜକ ଭାବରେ ଚିରଞ୍ଜିବି ମିଶ୍ର କର୍ଯ୍ୟ ସମ୍ପାଦନ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରତାପ ସାହୁ ସମ୍ପାଦକ ଚତୁର୍ଭୁଜ ମେହେର,ଦିଲୀପ ସାହୁ,ସୁଶାନ୍ତ ଦାସ, ବୁନା,କମଳାକାନ୍ତ, ଦୁଷ୍ମନ୍ତ ସହ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ 19 ତାରିଖ ଠାରୁ 23 ତାରିଖ ପଯ୍ୟନ୍ତ ଚାଲିବାକୁ ଥିବା ବେଳେ ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ମୀନାବଜାର ସହିତ ରାବଣ ଦରବାର ମଧ୍ୟ ଚାଲିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି I ରାବଣ ଭୁମିକାରେ ବାଉଁଶୁଣୀର କଳାକାର ସଂଗ୍ରାମ କେଶରୀ ଦେହୁରୀଙ୍କୁ ମନୋନୀତ କରା ଯାଇଥିବା ଜଣା ପଡିଛି lଅଧିକ ଜାଣିବା ପାଇଁ ଏହି ଲିଙ୍କ୍ କୁ Click କରନ୍ତୁ:- https://link.onylinks.com/x5bqGUVY