ଅଧିକ ଜାଣିବା ପାଇଁ ଏହି ଲିଙ୍କ୍ କୁ Click କରନ୍ତୁ- Rovadik Horse Riding Polo Boots,Genuine Leather Drassage Tall Boots for Horse Riders @ ₹ 3,000 / pair - https://m.indiamart.com/proddetail/2854759202133.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=27
କୋରାପୁଟ: ଜିଲାର ବୋରିଗୁମ୍ମା ଥାନା ଅଧୀନ ପୁପୁଗାଁରେ ଏକ ୬ବର୍ଷର ଶିଶୁକନ୍ୟାଙ୍କୁ ବୁଲା କୁକୁରମାନେ କାମୁଡ଼ିକାମୁଡ଼ି ମାରିଦେଇଥିବା ଜଣାପଡ଼ିଛି। ମୃତକ ହେଲେ ଚାନ୍ଦିନୀ ହରିଜନ। ସୂଚନାନୁଯାୟୀ, ଚାନ୍ଦିନୀ ମଙ୍ଗଳବାର ନିଜ ଭାଇଙ୍କ ସହ ପାଖ ଜମିରେ ଖେଳୁ ଥିବା ସମୟରେ ଦଳେ କୁକୁର ଆସି ସେମାନଙ୍କୁ ଘେରିଯାଇଥିଲେ। ତେବେ କୌଶଳ କ୍ରମେ ତାଙ୍କ ଭାଇ ସେଠାରୁ ଖସି ଆସି ଦୌଡ଼ିଯାଇ ଗାଁ ଲୋକଙ୍କୁ ଖବର ଦେଲାପରେ ସଙ୍ଗେସଙ୍ଗେ କେତେଜଣ ଲୋକ ଦୌଡ଼ି ଆସି କୁକୁରମାନଙ୍କୁ ଘଉଡ଼ାଇଥିଲେ। କିନ୍ତୁ ସେତେବେଳକୁ କୁକୁରମାନେ ଚାନ୍ଦିନୀଙ୍କୁ କାମୁଡି ରକ୍ତାକ୍ତ କରିଦେଇଥିଲେ। ଲୋକମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ କୁମୁଲିପୁଟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଚାନ୍ଦିନୀଙ୍କୁ ମୃତ ଘୋଷଣା କରିଥିଲେ।