Ads

ଭୁବନେଶ୍ବର: ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ।  ଖଣ୍ଡଗିରୀ ଥାନାଧିକାରୀଙ୍କ ନିର୍ଦ୍ଦେଶମତେ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ବରମୁଣ୍ଡା ମଶାଣି ନିକଟରୁ କାବୁ କରିବାରେ ସକ୍ଷମ ହୋଇଥିଲା।
ଛାନଭିନ ସମୟରେ ପେଟ୍ରୋଲିଙ୍ଗ ଟିମ, ସେମାନଙ୍କ ହେପାଜତରୁ ଜରି ବସ୍ତାରେ ଥ‌ିବା ମୋଟ ୨୨ କିଲୋଗ୍ରାମ ଓଜନର ଗଞ୍ଜେଇ, ଗୋଟିଏ କାର ଏବଂ ୧୦୦୦ ଟଙ୍କା ଜବତ କରିଥିଲେ। ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ଏହି ବେଆଇନ ଗଞ୍ଜେଇକୁ ଫୁଲବାଣୀ ଅଞ୍ଚଳରୁ ସଂଗ୍ରହ କରିଆଣି ଭୁବନେଶ୍ବର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା କଥା ସ୍ବୀକାର କରିଥିଲେ।
Previous Post Next Post

ADS