Ads

କଳାହାଣ୍ଡି: ଜିଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପଖନାଗୁଡା ଛକ ନିକଟରେ ସୋମବାର ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଗୋଟିଏ ବାଇକ୍‌ରେ ବସିଥ‌ିବା ଦେଉଣ୍ଡି (ରାମପଡ଼ା)ର ଈଶ୍ବରୀ ସିଂଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ସଭ୍ୟା ସିଂହ ଗୁରୁତର ହୋଇଛନ୍ତି। ସେହିପରି ଅନ୍ୟ ବାଇକ୍‌ରେ ବସିଥ‌ିବା ଚାରବାହାଲ ଗ୍ରାମର ଜଣେ ଯୁବକ ଗୁରୁତର ହୋଇଛନ୍ତି। ଖବର ପାଇ ମୃତ ଈଶ୍ବରୀଙ୍କ ସମ୍ପର୍କୀୟ କ୍ଷତିପୂରଣ ଦାବିରେ ସ୍ଥାନୀୟ ୨୬ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଖବରପାଇ ସ୍ଥାନୀୟ ପୋଲିସ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ସରକାର ସହାୟତା ମିଳିବା ନେଇ ପ୍ରତିଶ୍ରୁତି ଦେବା ପରେ ରାତ୍ରି ୭ଟା ୪୫ରେ ରାସ୍ତାରୋକୋ ହଟିଥିଲା। ମିଳିଥିବା ସୂଚନା ଅନୁସାରେ, ଦେଉଣ୍ଡି ରାମପଡ଼ାର ଈଶ୍ବରୀ ଓ ସ୍ତ୍ରୀ ସଭ୍ୟା ରାଣୀ କୌଣସି କାର୍ଯ୍ୟ ପାଇଁ ଚାହାରବାହାଲକୁ ଯାଇ ଫେରିବା ସମୟରେ ପଖନାଗୁଡା ଛକ ନିକଟରେ ସାମ୍‌ନା ପଟୁ ଆସୁଥିବା ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
Previous Post Next Post

ADS