Ads

ଫୁଲବାଣୀ:କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ହୋମଗାର୍ଡଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସେହେଲେ ଉକ୍ତ ଥାନା କିରିକୁଟି ପଞ୍ଚାୟତ ମୁଣ୍ଡନାଜୁ ଗ୍ରାମର ପୀତବାସ ପ୍ରଧାନ। ପ୍ରକାଶ ଯେ, ସେ କୌଣସି କାର୍ଯ୍ୟରେ ପରିବାର ସହ ବାହାରକୁ ଯାଇଥିଲେ। ଫେରିବାବେଳେ ସିମନବାଡିଠାରୁ ପରିବାର ଲୋକଙ୍କୁ ଅଟୋରେ ପଠାଇ ସେ ବାଇକ ଯୋଗେ ଗାଁକୁ ଯାଉଥିଲେ। ଗାଁରେ ଥ‌ିବା ସ୍କୁଲ ସମ୍ମୁଖରେ ଗାଈ ସହ ଧକ୍କା ହୋଇଥିଲା। ସେ ସେଠାରେ ପଡିଯିବାରୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ହୋଇଥିଲା ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ଯେ, ହୋମଗାର୍ଡ ପୀତବାସଙ୍କ ଯେଉଁଠି ଦୁର୍ଘଟଣା ଘଟିଲା ମାତ୍ର ୨୦ ମିଟର ଦୂରତା ରେ ତାଙ୍କ ଘର। ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଥିବା ଜଣାପଡିଛି I
Previous Post Next Post

ADS