Ads

ଭୁବନେଶ୍ବର: ରୁବେନ ବାନାର୍ଜୀଙ୍କ ବହିକୁ ନେଇ ରାଜ୍ୟ
ବିଜେଡ଼ିରେ କମ୍ପନ । ଅନ୍ୟପଟେ ବହିରେ ଥ‌ିବା ତଥ୍ୟକୁ
ପ୍ରତ୍ୟାଖ୍ୟାନ କରିଛି ବିଜେଡ଼ି । ଦଳ ତରଫରୁ ବିଧାୟକ
ଅରୁଣ ସାହୁ ପ୍ରତିକ୍ରିୟା ରଖ୍ କହିଛନ୍ତି, ରୁବେନ ବାନାର୍ଜୀ
ଦୀର୍ଘ ବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ଭେଟି ନାହାଁନ୍ତି। 
ବିରୋଧୀ ଚର୍ଚ୍ଚା କରୁଥିବା କଥା ଗୁଡିକ ତାଙ୍କ ବହିରେ
ଉଲ୍ଲେଖ କରିଛନ୍ତି । ନିର୍ବାଚନ ବେଳେ ବିଜେଡ଼ି ଓ ନବୀନ
ପଟ୍ଟନାୟକଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ବାରି
ହେଉଥିଲା । ଆଣ୍ଟି ବିଜେଡି ଓ ନବୀନଙ୍କ ବିରୋଧୀଙ୍କ ସହ
ଆଲୋଚନା କରି ସେ ଏହି ବହି ଲେଖୁଛନ୍ତି । ଏହା ସହ
ଯଦି ରୁବେନ ବାନାର୍ଜୀ ପ୍ରକୃତ ଅଣ୍ଡିର ପୁଅ ଉଦ୍ଧବ, ତେବେ
ସେ ବିଜେପି ବିରୋଧରେ ଗୋଟିଏ ବାକ୍ୟ ଲେଖନ୍ତୁ ବୋଲି
କହିଥିଲେ । ରୁବେନଙ୍କ ପୁସ୍ତକରେ ପାଣ୍ଡିଆନ କେମିତି
ସରକାରକୁ ଅକ୍ତିଆର କରିଥିଲେ ତାହା ବର୍ଣ୍ଣନା କରିଛନ୍ତି ।
ଏଥିସହ ୨୦୨୪ ନିର୍ବାଚନ ପରାଜୟ ପାଇଁ ପାଣ୍ଡିଆନଙ୍କୁ
ଦାୟୀ କରିଛନ୍ତି।
Previous Post Next Post

ADS