ବଲାଙ୍ଗିର: ଟିଟିଲାଗଡ ବନ ବିଭାଗକୁ ମିଳିଛି ବଡ ସଫଳତା। ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ବଞ୍ଚେଇ ରିଜର୍ଭ ଜଙ୍ଗଲରେ ବନ ବିଭାଗ ଚଢାଉ କରି ବଜ୍ରକାପ୍ତା ଉଦ୍ଧାର କରିବା ସହ ୫ ବେପାରୀଙ୍କୁ ଗିରଫ କରିଛି। ମିଳିଥିଲା ସୂଚନା ଅନୁସାରେ ସଇଁତଲା ଥାନା ଅନ୍ତର୍ଗତ ମାଲପଡା ଗାଁର ଦେବରାଜ ଭୋଇ ଏବଂ ପିଲୁ ଜଙ୍ଗଲରୁ ବଜ୍ରକାପ୍ତା ଧରି ଘରେ ଲୁଚାଇ ବିକ୍ରି ପାଇଁ ଯୋଜନା କରିଥିଲେ। ଏନେଇ ମଧ୍ଯସ୍ତ ବେଲପଡା ଥାନା ଅନ୍ତର୍ଗତ ଭୂତେଶ୍ବର ବାରିକ, କଣ୍ଟାବାଞ୍ଜି ଥାନା ଅଞ୍ଚଳର ବିଘ୍ନଶ୍ବର ମହାନନ୍ଦ, ଖରିଆର ଥାନା ବାଙ୍କପୁର ଗାଁର ରୋହିତ ବେହେରାଙ୍କ ଜରିଆରେ ଛତିଶଗଡ଼ ଅଞ୍ଚଳରେ ବଜ୍ରକାପ୍ତିକୁ ୩୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା କରିଥିଲେ। ଖବର ପାଇ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ସୁବୁଦ୍ଧି, ବନପାଳ ରଞ୍ଜିତ ସିଂଦେଓ, ବେଲଗାଁ ଫାଣ୍ଡି ଅଧିକାରୀ ଜିବଦ୍ଧନ ମେହେର ଅଭିଯୁକ୍ତଙ୍କ ଘରେ ଚଢ଼ାଉ ସହ ବଜ୍ରକାପ୍ତିକୁ ଉଦ୍ଧାର କରି ୫ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି I