Ads

ଢେଙ୍କାନାଳ: ଅନୁଗୋଳ-ଡୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ଡିହଡୋଳ ଗ୍ରାମର ଟୁକୁନ ସାହୁ (୩୨)। ଟୁକୁନ ରବିବାର ବିଳମ୍ବିତ ରାତିରେ ଘରୁ କେଉଁଆଡ଼େ ପଳାଇ ଯାଇଆଉ ଫେରି ନ ଥିଲେ। ରାତିରେ ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇ ନ ଥିଲେ। ସୋମବାର ସକାଳୁ ତାଙ୍କ ମୃତଦେହ ଟ୍ରେନ୍ ଲାଇନରେ ପଡ଼ିଥ‌ିବା ନେଇ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ତେବେ ଟୁକୁନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଶବ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି I
Previous Post Next Post

ADS