Ads


ବୌଦ୍ଧ: ଜିଲ୍ଲା ସଦର ବ୍ଲକ ବହିରା ପଞ୍ଚାୟତ ଅନ୍ତର୍ଗତ ସାଦେଇପୁର ଗ୍ରାମରେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ବଉଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ବଉଳ ଯାତ୍ରା ଉପଲକ୍ଷେ ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ହୋଇଥିବା ବେଳେ କର୍ତ୍ତା ଭାବରେ ମୁଟୁ ବେହେରା ଓ ପୂଜକ ଭାବରେ ଜଗନ୍ନାଥ ଦାଶ ନିଜ ଦାୟିତ୍ବ ସମ୍ପାଦନ କରିଥିଲେ I ପୂର୍ଣ୍ଣାହୁତି ଦିନ ଅର୍ଥାତ୍ ସୋମବାର ଦିନ ଗ୍ରାମର କଳାକାରମାନଙ୍କ ତରଫରୁ ସାମାଜିକ ନାଟକ "କେତେ ଦୁଃଖ ଦେବୁ କହ ଦଇବ" ମଞ୍ଚସ୍ଥ ହୋଇଯାଇଛି I ଏଥିରେ ଅତିଥି ଭାବରେ ବିଜେପି ଯୁବ ନେତା ସୁଶାନ୍ତ ବାଘ, ଶ୍ରୀତମ ଡାଙ୍ଗ ଓ ସେଥି ଯୋଗଦେଇଥିଲେ I ଅନୁଷ୍ଠିତ ନାଟକରେ ଖଳନୟ ଭୂମିକାରେ ଦିବାକର ମେହେର, ନାୟକ ଭୂମିକାରେ ଅଜିତ ମହାଳିକ ଓ ହାସ୍ୟ ଅଭିନେତା ଦେବରାଜ ନାଏକ ଅଭିନୟ କରିଥିଲେ I ସମସ୍ତ କାର୍ଯ୍ୟରେ ଗ୍ରାମର ସୁଜିତ୍ ମହଲିକ, ତରଣି ସେଠୀ, ବୃଷଭ ବେହେରା, ତରଣୀ ପ୍ରଧାନ
ଦିଲୀପ ବେହେରା, ମିତ୍ରଭାନୁ ଦନାୟକ, ଘାସିରାମ ବେହେରା, କିଶୋର ଚନ୍ଦ୍ର ଘିବିଲା, ଗୋକୁଳ ମେହେର ସହ ଗ୍ରାମବାସୀ ସହଯୋଗ କରିଥିଲେ I
Previous Post Next Post

ADS