ଭୁବନେଶ୍ବର: ଠକେଇର ନୂଆ ତରିକା I ବଡ଼ ବଡିଆଙ୍କ ନା ନିଆ ମୋଟା ଆସୁଲିକର I ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ I ଠକାମୀ ବଢୁଥିବା ବେଳେ ଏସବୁ ମଧ୍ୟରେ ଏକ ଦମ୍ପତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ-ଜ୍ବାଇଁ କହି ଠକୁଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ଏକାଧୂକ ନୀଲ୍ଙ୍କୁ ଅଭିଯୋଗ ହେବା ପରେ ଦୁଇ ଅଭିଯୁକ୍ତ ହଂସିକା ଓ ଅନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିସନ୍ରେଟ୍ ପୋଲିସ। ଏହି ଦମ୍ପତି ବିଶିଷ୍ଟ ବିଲଡର୍, ଖଣି ଅପରେଟର, ବହୁରାଷ୍ଟ୍ରୀୟ କର୍ପୋରେସନ୍ ମାଲିକ ଏବଂ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଏକ ଠକେଇ କରନ୍ତି। ଅଭିଯୁକ୍ତ ହଂସିକା ଅଭିଲିପ୍ପା ନିଜକୁ ପିକେ ମିଶ୍ରଙ୍କ ସହଯୋଗୀ ଭାବରେ ପରିଚିତ କରି ଜ୍ଜୈନିକ ପୀଡିତାଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା।