ହିଞ୍ଜିଳିକାଟୁ: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ହିଞ୍ଜିଳିକାଟୁ ଜଳସମ୍ପଦ କାର୍ଯ୍ୟାଳୟ ନିକଟରେ ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି। ମୃତା ମହିଳା ଜଣଙ୍କ ହେଲେ କବିସୂର୍ଯ୍ୟନଗର ଥାନା ଆଠଗଡ଼ ଗ୍ରାମର ସୁଲତା ସାହୁ (୩୬) ଓ ଗୁରୁତର ସ୍ବାମୀ ଭଗବାନ ସାହୁ (୪୪)। ସେମାନେ ସ୍କୁଟିରେ ଆଠଗଡ଼ରୁ ବାହାରି ହିଞ୍ଜିଳିକାଟୁ ଦେଇ ବ୍ରହ୍ମପୁର ଯାଉଥିଲେ।