Ads

ବୌଦ୍ଧ: ଜିଲ୍ଲା ବ୍ରାହ୍ମଣ ସମାଜର ବାର୍ଷିକ ଉତ୍ସବ ଓ ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର 28ତମ ରାଜ୍ୟ କାର୍ଯ୍ୟ କାରିଣୀ ସଭା ବୌଦ୍ଧ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସନ୍ଥ ଶ୍ରୀ ପର୍ଶୁରାମ ଦାଶ ମହାରାଜ ସଭାପତିତ୍ବ କରିଥିଲେ,ରାଜ୍ୟ କାର୍ଯ୍ୟକାରି ସଭାପତି ପ୍ରେମାନନ୍ଦ ଦାଶ ରାଜ୍ୟ ବ୍ରାହ୍ମଣ ମାନଙ୍କ ହିତ ପାଇଁ ସାଙ୍ଗଠନିକ କାର୍ଯ୍ୟକ୍ରମ ଜରିଆରେ ସଂଗଠନକୁ ଦୃଢ କରିବାକୁ ପରାମର୍ଶ ଦେଇଥିଲେ I ରାଜ୍ୟ ସାଧାରଣ ସମ୍ପାଦକ ବ୍ରହ୍ମଚାରି ହରିଚରଣ ଦାଶ ରାଜ୍ୟସଂଘ ଦ୍ୱାରା ପ୍ରକାଶ ପାଉଥିବା ତ୍ରୟ ମାସିକ ପତ୍ରିକା ବ୍ରହ୍ମ ସନ୍ଦେଶର ପୁନଃ ପ୍ରକାଶନ ନିମନ୍ତେ ନିଷ୍ପତି ନିଆଗଲା I ବୌଦ୍ଧ ଜିଲ୍ଲାର ମୀନାରାଣୀ ମିଶ୍ରଙ୍କୁ ରାଜ୍ୟ ଶକ୍ତି ବାହିନୀର ସହ ପ୍ରମୁଖ ଭାବରେ ଦାଇତ୍ୱ ନ୍ୟସ୍ତ କରାଗଲା I ଶଙ୍କର ପ୍ରସାଦ ମିଶ୍ରଙ୍କୁ ଦକ୍ଷିଣାଞ୍ଚଳ ସଂଯୋଜକ ଭାବେ ଦାଇତ୍ୱ ଦିଆଗଲା I ସକାଳ 8ଘଣ୍ଟାରୁ ବିଶ୍ୱ ଶାନ୍ତି ଯଜ୍ଞ କାର୍ଯ୍ୟକ୍ରମ ସମାଜର ସହ ସମ୍ପାଦକ ମାନସ ମିଶ୍ର ଓ ତାଙ୍କ ସହଯୋଗୀଙ୍କ ତତ୍ୱାବଧାନରେ ଗୌରୀଗୋପାଳ ସେବାଶ୍ରମର ବିଦ୍ୟାର୍ଥୀ ମାନେ ଅଂଶଗ୍ରହଣ କରି ସମାପନ କରିଥିଲେ I ଜିଲ୍ଲାର ଵୟୋବୃଦ୍ଧ ବ୍ରାହ୍ମଣ ମାନଙ୍କୁ ରାଜ୍ୟ ସଭାପତି ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦେଇଥିଲେ. ରାଜ୍ୟର ଅନ୍ୟ ପଦାଧିକାରୀ ତଥା ଅନ୍ୟ ଜିଲ୍ଲା ମାନଙ୍କ ରୁ ଆସିଥିବା କର୍ମକର୍ତ୍ତା ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ବିଶେଷ ଭାବରେ ପଶ୍ଚିମ ଓଡିଶା ପୁରାଣ ପଣ୍ଡା ସଂଗଠନ ର ସଭାପତି, ସମ୍ପାଦକ ଓ ପଶ୍ଚିମ ଓଡିଶା କର୍ମକାଣ୍ଡି ପଣ୍ଡିତ ସଂଗଠନର ସଭାପତି ସମ୍ପାଦକ ଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା I ପରିଶେଷରେ ଜିଲ୍ଲା ବ୍ରାହ୍ମଣ ସମାଜର ପୂର୍ବତନ ସମ୍ପାଦକ ଶଙ୍କର ପ୍ରସାଦ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ I
Previous Post Next Post

ADS