ନୟାଗଡ଼: ନୟାଗଡ଼ଠାରେ ଗୁରୁବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ,ବିଶାଖାପାଟଣାରୁ ସିମେଣ୍ଡ ବୋଝେଇ କରି ଟ୍ରକ୍ଟି ସୁନ୍ଦରଗଡ଼ ଯାଉଥିବାବେଳେ ନୟାଗଡ଼ ଜିଲା ଦଶପଲ୍ଲା ଥାନା ବାରିହା ପିଟା ଗାଁ ନିକଟରେ ଏକ କଲଭର୍ଟର ୩୦ ଫୁଟ ତଳକୁ ଖସିପଡ଼ିଛି।
ଅଧିକ ଦେଖିବା ପାଇଁ ଏହି ଲିଙ୍କ୍ କୁ କ୍ଲିକ୍ କରନ୍ତୁ
LED Light Diode @ ₹ 300 / Piece - https://m.indiamart.com/proddetail/21625254391.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=30
ଫଳରେ ଟ୍ରକ୍ ଭିତରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ଚାଳକଙ୍କ ମୃତଦେହକୁ ବାହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଚାଳକ ଜଣଙ୍କ ଝାଡ଼ଖଣ୍ଡ ରାଜ୍ୟ କୋଡରମା ଜିଲାର ଗାଁ ଜିଲୋଡ଼ିର ବୋନେସନ୍ ଖାଁ ବୋଲି ଜଣା ପଡ଼ିଥିବା ବେଳେ ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I