ଖୋର୍ଦ୍ଧା: ପୋଖରୀରେ ବୁଡ଼ି ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ବ୍ରହ୍ମପଡ଼ାପାଟଣା ଗ୍ରାମର ରମାକାନ୍ତ ପଲେଇ ବୋଲି ଜଣାପଡିଛି। ସୂଚନା ମୁତାବକ, ପ୍ରତିଦିନ ଭଳି ରମାକାନ୍ତ ସ୍ଥାନୀୟ ଗୋଡ଼ି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ସେଠାରେ ସେ ବୁଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ବାପା ରମେଶ ଚନ୍ଦ୍ର ପଲେଇଙ୍କ ଅଭିଯୋଗକ୍ରମେ ନିରାକାରପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି I