ବୌଦ୍ଧ: ଆଜି ଜଗନ୍ନାଥ ମନ୍ଦିର ପରିସରରେ ବରିଷ୍ଠ ଅଧିବକ୍ତା ତଥା ପରିବେଶବିତ୍ ସୁଧୀର କୁମାର କର୍ଣ୍ଣ ଙ୍କ ସଭାପତିତ୍ବ ରେ ବୌଦ୍ଧ ବୃକ୍ଷ ପ୍ରେମୀ ସଂଘ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ସଂଘ ର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା l ସଂଘ ର ସଭାପତି ଭାବେ ପରିବେଶ ବିଜ୍ଞାନୀ ତଥା ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ, ଉପସଭାପତି ଭାବେ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁନ୍ଦର୍ ପ୍ରକାଶ, ସମ୍ପାଦକ ଭାବେ ଯୁବ ଆଡଭୋକେଟ କପିଲ୍ ମିଶ୍ର ସହ ସଂପlଦକ ଭାବେ ଶିବାନନ୍ଦ ସାହୁ, କୋଷାଧ୍ୟକ୍ଷ ଭାବେ ତାପସ ସାହୁ ସର୍ବସମ୍ମତି କ୍ରମେ ମନୋନିତ ହୋଇଥିଲେ l ବରିଷ୍ଠ ସଦସ୍ୟ ସୁଧୀର କର୍ଣ୍ଣ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, କର୍ମଚାରୀ ସଂଘ ର ପୂର୍ବତନ ସଭାପତି ରାଜେନ୍ଦ୍ର ମହାପାତ୍ର, ବୃକ୍ଷ ପ୍ରେମୀ ରାଜୁ ପ୍ରସାଦ ସଂଘ ର ଉପଦେଷ୍ଟା ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି l ଜାନୁୟାରୀ ୨୬ ତାରିଖରେ ବୌଦ୍ଧ ଟାଉନ୍ ହଲ୍ ଠାରେ ହେବାକୁ ଥିବା ବାର୍ଷିକ ପୁଷ୍ପ ପ୍ରଦର୍ଶନୀ କୁ ସଫଳ କରିବାକୁ ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା l ସଭାପତିଙ୍କ ସୂଚନା ଅନୁସାରେ ପ୍ରତିବର୍ଷ ପରି କୁଣ୍ଡରେ ଥିବା ଫୁଲ, କଟା ଫୁଲ, ସୋ ପ୍ଲାଣ୍ଟ, ଔଷଧୀୟ ବୃକ୍ଷ, ପୁଷ୍ପ ସଜ୍ଜା ସହ ଫୁଲ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହେବ l ବୌଦ୍ଧ ଜିଲ୍ଳା ର ସମସ୍ତ ବୃକ୍ଷ ପ୍ରେମୀ ଛାତ୍ର ଛାତ୍ରୀ ଏଥିରେ ବହୁ ସଂଖ୍ୟା ରେ ଭାଗ ନେବେ ବୋଲି ସଂପାଦକ ପ୍ରକାଶ କହିଛନ୍ତି l