Ads

ବୌଦ୍ଧ:ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ବୌଦ୍ଧ ଜିଲ୍ଲା ଶାଖା ର  ଯୁବ ସାଂସଦ ତରଫରୁ  ସ୍ଵାମୀ ବିବୋନନ୍ଦଙ୍କ  ଆଦର୍ଶ ଓ ଦର୍ଶନ  ଉପରେ ଏକ ଆଲୋଚନା ଚକ୍ର  ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ  ପରିସରରେ  ଅନୁଷ୍ଠିତ ହୋଇଯାଇଛି।  ପ୍ରଥମେ ବେଦ ମନ୍ତ୍ର  ଦ୍ଵାରା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା l  ପ୍ରଥମେ ଉଦବୋଧନୀ କାର୍ଯ୍ୟକ୍ରମ  ର ଜିଲ୍ଲା ସଂଯୋଜକ ଅଧ୍ୟାପକ ଡ଼. ଅମରେଶ ସାହୁ ସମସ୍ତଙ୍କୁ ସ୍ଵାଗତ କରିବା ସହ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ l ଇତିହାସ ବିଭାଗର ମୁଖ୍ୟ ସଦାନନ୍ଦ ମାହlର ଙ୍କ  ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ମହାବିଦ୍ୟାଳୟର ଅଧ୍ୟକ୍ଷ  ଦାୟିତ୍ୱରେ ଥିବା ବରିଷ୍ଠ ଅଧ୍ୟାପିକା ସୁଜାତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵାମୀ ବିବୋନନ୍ଦଙ୍କ  ଆଦର୍ଶ ରେ ଛାତ୍ର ଛାତ୍ରୀ ମାନଙ୍କୁ ଅନୁପ୍ରାଣିତ ହେବାକୁ ଆହ୍ଵାନ କରିଥିଲେ l  ମୂଖ୍ୟ ବକ୍ତା ଭାବେ ସ୍ୱାମୀ  ବିବେକାନନ୍ଦ ଲୋକ ସଂସଦ ମଧ୍ଯ ସମ୍ଭlଗ ର ସଂପାଦକ  ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ ଯୋଗଦେଇ ସ୍ବାମୀଜୀ ଙ୍କ ଜୀବନୀ, ଆଦର୍ଶ ଓ ଦର୍ଶନ ଉପରେ ବ୍ୟାଖ୍ୟା କରିବା ସହ  ଆଜିର ସମୟରେ ମଧ୍ୟ ଯୁବକ ମାନେ ତାଙ୍କୁ ନିଜର ଅଦର୍ଶ  କଲେ ନିଜର ଲକ୍ଷ୍ୟ ପ୍ରାପ୍ତି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟ ର ସଂସ୍କୃତ ଅଧ୍ୟାପକ ପ୍ରତାପ କୁମାର ରଥ  ସମ୍ମାନିତ ବକ୍ତା ଭାବେ ଏଥିରେ ଯୋଗଦେଇ ସ୍ଵାମୀ ବିବେକାନନ୍ଦଙ୍କ ଚିକାଗୋ ଭାଷଣ ସମ୍ବନ୍ଧରେ ଆଲୋଚନା କରିଥିଲେ l  ଶେଷରେ ସ୍ବାମୀଜୀ ଙ୍କ  ଉପରେ ଏକ କ୍ୱିଜ୍ ପ୍ରତିଯୋଗିତା ଆୟୋଜିତ ହୋଇ ବିଜେତା ମାନଙ୍କୁ ପୁରସ୍କୃତ  କରାଯାଇଥିଲା l ପରିଶେଷରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଇତିହାସ ବିଭାଗ ର ଅଧ୍ୟାପକ ସଂଗୀତା ରାଣୀ  ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସହସ୍ରାଧିକ ଛାତ୍ର ଛାତ୍ରୀ ଯୋଗଦେଇ ଯୁବ ସଂସଦ  ଗଠନ କରିବାକୁ ସମ୍ମତି ପ୍ରଦାନ କରିଥିଲେ l  ଶେଷରେ ଜାତୀୟ ସଙ୍ଗୀତ ସହିତ ସଭା ସାଙ୍ଗ ହୋଇଥିଲା।
Previous Post Next Post

ADS