Ads

ବୌଦ୍ଧ: ବୌଦ୍ଧ ଜିଲ୍ଲା ସଦର ବ୍ଲକ୍ ତାଳସରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାନେଶ୍ୱର ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ମାନେଶ୍ୱର ମହାଦେବ ସିଦ୍ଧ ଶୈବ ପୀଠରେ ମହା ଶିବରାତ୍ରୀ ଜାଗର ଯାତ୍ରା ପାଳିତ ହେଇଛି। ତେବେ ଶିବରାତ୍ରୀ ଅବସରରେ ଶ୍ରୀ ମାନେଶ୍ୱର ମହାଦେବଙ୍କ ଜଳାଭିଷେକ, ରୁଦ୍ରାଭିଷେକ, ପୁଷ୍ପ ଅଭିଷେକ ଏବଂ ଫଳ ଅଭିଷେକ ତଥା ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଏହା ସହିତ ଅଷ୍ଟପ୍ରହର ନମଯଜ୍ଞ ଅନୁଷ୍ଠିତ ହୋଇଛି। ଶିବରାତ୍ରୀ ମହାପୂଜା ପରେ ମଧ୍ୟରାତ୍ରୀରେ ମନ୍ଦିର ଶିଖରକୁ ମହାଦୀପ ଉଠିଥିଲା । ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଜାଗର ଯାତ୍ରା ରେ ସାମିଲ୍ ହୋଇଥିଲେ।
Previous Post Next Post

ADS