Ads

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି ଙ୍କୁ ନେଇ ଏକ କର୍ମଶାଳା ଆୟୋଜନ ପାଇଁ  ଜ଼ିଲ୍ଲା ସ୍ତରୀୟ ପରିଚାଳନା କମିଟୀର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା 11.3.2025 ରିଖ  ଦିନ  4000 ମହିଳାଙ୍କୁ ନେଇ ହେବାକୁ ଥିବା କର୍ମଶାଳାର ସଫଳ  ଆୟୋଜନ ପାଇଁ  ବିଭିନ୍ନ ବିଷୟ  ଆଲୋଚନା କରାଯାଇଥିଲା l  ଏଥିରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ,ସମସ୍ତ ସି. ଡି. ପି. ଓ,, ସୁପରଭାଇଜର, ମହିଳା ମାନଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହେବ l ଏଥିପାଇଁ  କୌଣସି ପରିସ୍ଥିତି ରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମେଡିକାଲ ଟିମ, ଆମ୍ବୁଲାନ୍ସ ସେବା, ପୋଲିସ ବିଭାଗ ପକ୍ଷ ରୁ ଶାନ୍ତି ଶୃଙ୍ଖଳା ରକ୍ଷା, ଅଗ୍ନିଶମ ବିଭାଗ ପକ୍ଷ ରୁ ଅଗ୍ନି ନିରାପତ୍ତା,ନିରବଛିନ୍ନ ବିଦ୍ୟୁତ ସେବା ପାଇଁ ଟିପି ଏସ ଓ ଡି ଏଲ   ଅଧିକାରୀ  ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଗଲା l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନୋଡାଲ ଅଧିକାରୀ   ଭାବେ  ଦାୟିତ୍ୱ ନ୍ୟସ୍ତ କରାଗଲା l  ଏହି କର୍ମଶାଳା ରେ କୃଷି,ଉଦ୍ୟାନ ପଶୁପାଳନ, ମତ୍ସ୍ୟଚାଷ, ମାର୍କେଟ ଲିଂକେଜ  ନେଇ  ରାଜ୍ୟ ସ୍ତରୀୟ ବିଶେଷଜ୍ଞ ମାନେ  ଲକ୍ଷପତି  ଦିଦି ମାନଙ୍କୁ ତାଲିମ ପ୍ରଦାନ କରିବେ l ମହିଳା ମାନଙ୍କୁ କର୍ମଶାଳା ରେ ପହଂଚାଇବା ପାଇଁ ବସ  ର ସୁବିଧା ସହ, ସେମାନଙ୍କ ପାଇଁ ପାନୀୟ ଜଳ, ପରିସ୍ରାଗାର, ଓ ଆର ଏସ, ମେଡ଼ିସିନ, ମହିଳା ମେଡିକାଲ ଅଫିସର, ମହିଳା ପୋଲିସ ମୁତୟନ, ବସ ରେ ମଧ୍ଯ  ଓ ଆର ଏ ସ ପ୍ୟାକେଟ ମହଜୁଦ  ରଖିବା, ଭି.ଆଇ.ପି, ଭି. ଭି. ଆଇ. ପି , ଗଣମାଧ୍ୟମ ପ୍ରତିନିଧି ଙ୍କ ପାଇଁ ଆସନ ବ୍ୟବସ୍ଥା, ବିଶେଷ କରି  ମହିଳା  ମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ପାଇଁ ସମସ୍ତ ଅଧିକାରୀ  ଏବେ କର୍ମଚାରୀ, ଯାହାକୁ ଯେଉଁ ଦାୟିତ୍ୱ ଦିଆଯିବ  ସେହି  କାମ କୁ ଠିକ  ଭାବରେ  କରି  କର୍ମଶାଳା କୁ ସଫଳ  କରିବା ପାଇଁ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ସମସ୍ତଙ୍କୁ  ନିର୍ଦେଶ ଦେଇଥିଲେ l ମାର୍ଚ୍ଚ 11 ତାରିଖ ବେଳକୁ ଖରା  ବଢିବା  ସମ୍ଭବନା ଥିବାରୁ   ଅଧିକାରୀ ଏବଂ କର୍ମଚାରୀ, ସ୍ବେଛାସେବୀ ମାନେ ନିଜେ ନିଜ ର ଯତ୍ନ ନେବl ସହିତ ପାଣି ପିଇବେ   ଏବଂ ସ ହୃଦୟତାର ସହ  ସହାନୁଭୂତି ପ୍ରଦର୍ଶନ ପୂର୍ବକ ସେବା ଯୋଗl ଇ ଦେବା ପାଇଁ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ l ସଭା  ଆରମ୍ଭ ରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ସମସ୍ତ ଙ୍କୁ ସ୍ଵାଗତ କରିଥିବା ବେଳେ ଡେପୁଟି ସି ଇ ଓ ଓର ମାସ  ଶିବାଶିଷ ଦାସ ସମସ୍ତଙ୍କୁ ଧନ୍ୟବାଦ ଜ୍ଞlପନ କରିଥିଲେ l  ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ  ତଥା  ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଏହି କର୍ମଶାଳା ର ଆଭିମୁଖ୍ୟ ଏବଂ ଏହାକୁ ସଫଳ କରିବା ବିଷୟ ରେ ନିଜର ବକ୍ତବ୍ୟ ରଖିଥିଲେ l ଏହି ବୈଠକ ରେ ଭାରପ୍ରାପ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ମଦନ  ମୋହନ ପ୍ରଧାନ,ଏ ପି ଡି ଚାର୍ଲସ ନାଏକ,  ମିଶନ୍ ଶକ୍ତି, ଓରମାସ୍, ଓଡିଶା ଜୀବିକା ମିଶନ୍, ଜ଼ିଲ୍ଲା ମଂଗଳ ବିଭାଗ, ସମନ୍ବିତ ଶିଶୁ ବିକାଶ ବିଭାଗ , ବନ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ  , ପଂଚାୟତ ,ପରିବହନ ବିଭାଗ,ଆଦି ବିଭାଗର ଅଧିକାରୀ, ଜ଼ିଲ୍ଲା ପରିଷଦ ର ସଭ୍ୟ   ଇଂ ରାକେଶ  ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଲକ୍ଷପତି ଦିଦି କର୍ମଶାଳା ଆସନ୍ତା 11 ତାରିଖ ଦିନ ବୌଦ୍ଧ ଠାରେ ଆୟୋଜିତ ହେବାକୁ ଥିବା ବେଳେ ଅଂଶଗ୍ରହଣକାରୀଙ୍କ ପରିବହନ, କର୍ମଶାଳା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ରେ ଯେପରି  କୌଣସି ପ୍ରକାର ର ଅସୁବିଧା ନ ହୁଏ, ସେଥିପ୍ରତି  ଧ୍ୟାନ ଦେବା ପାଇଁ ଜ଼ିଲ୍ଲାପାଳ ସମସ୍ତଙ୍କ  ସହଯୋଗ  କାମନା  କରିଥିଲେ l ଏହି ବୈଠକ କୁ ଡି ପି ସି, ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ  ପରିଚାଳନା କରିଥିଲେ
Previous Post Next Post

ADS