Ads

ବୌଦ୍ଧ: ବୌଦ୍ଧ ବ୍ଲକ ବହିରା ଆଞ୍ଚଳିକ ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଅନୁଷ୍ଠିତ ହେଉଥ‌ିବା ଧନୁଯାତ୍ରା ମହୋତ୍ସବର ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ଦେବର୍ଷି ନାରଦଙ୍କ ପରାମର୍ଶ ଅନୁସାରେ ମଲ୍ଲ ଯୋଦ୍ଧଙ୍କୁ କଂସଙ୍କ ଆବାହନ ଓ ଗୋପକୁ ପ୍ରେରଣ ନାଟକ ଅନୁଷ୍ଠିତ ହୋଇଯାଇଛି I ତୃତୀୟ ସଂଧ୍ୟାର ରାଜ ଅତିଥି ଭାବରେ ୪ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଯୁବନେତା ରାକେଶ ତ୍ରିପାଠୀ, ବାଉଁଶୁଣି ନାଗରିକ କମିଟିର ସଭାପତି ନାରାୟଣ ଦେହୁରୀ, ପାୟୋଧର ମହାକୁଡ, ସାମ୍ବାଦିକ ସୀତାକାନ୍ତ ସିଂ, ସୁମନ୍ତ ମେହେର, ଶରତ ମୁଦୁଲି, ଠାକୁର୍ ସମାଜସେବୀ ସତ୍ୟ ଷାଣ୍ଢ ପ୍ରମୁଖ ଯୋଗଦେଇଥିଲେ l ଅଞ୍ଚଳର ଛୋଟଛୋଟ ଶିଶୁ କଳାକାର ମାନେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ I ମାଁ, କ୍ଷେତ୍ରପାଳିନୀ ରାମଲୀଳା ନାଟ୍ୟକଳା ସଂସଦ ଗଡଭିତରର କଳାକାର ମାନେ ଏଥିରେ ଅଭିନୟ କରିଥିବା ବେଳେ ସଂଗ୍ରାମ ଦେହୁରୀଙ୍କ କଂସ ଭୂମିକା ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲା। 
ଅନ୍ୟପଟେ କୁମ୍ଭାରସାହି ଠାରେ ଅନୁଷ୍ଠିତ ହେଉଥିବା ସାପ୍ତାହିକ ଭାଗବତ ପରାୟଣ ରେ ରୁକୁଣୀ ବିବାହ ବେଶ୍ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି I ବ୍ୟାସ ଭାବେ ସୁବାସ ଦାଶ ଦାୟିତ୍ବ ସମ୍ପାଦନ କରୁଛନ୍ତି I
Previous Post Next Post

ADS