Ads

ବୌଦ୍ଧ: ଜିଲ୍ଲାର ସଦର ବ୍ଲକ୍ ବାଉଁସୁଣୀ ଠାରେ ୯ ଦିନ ବ୍ୟାପୀ ଚାଲିଥିବା ମା କ୍ଷେତ୍ରପାଳିନୀ ରାମଲୀଳା ନାଟ୍ୟ ସଂସଦ ଗଡଭିତର ପକ୍ଷରୁ ଶ୍ରୀରାମ ନବମୀ ଉପଲକ୍ଷେ ଆୟୋଜିତ ରାମଲୀଳା ନାଟକ ମଙ୍ଗଳବାର ରାବଣ ବଧ ସହ ଉଦଯାପିତ ହୋଇଯାଇଛି I ନାଟକର  ଶେଷ ସଂନ୍ଧ୍ୟାରେ ମହାପ୍ରତାପୀ ଲଙ୍କପତି ରାବଣ ବଧକୁ ଦେଖିବାକୁ ଦର୍ଶକ ମାନଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା l ଶେଷ ରଜନୀର ନାଟକରେ ଆରମ୍ଭରେ ଅଞ୍ଚଳର କଳାକାର ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା I ଏଥିରେ ମା କ୍ଷେତ୍ରପାଳିନୀ ରାମଲୀଳା ନାଟ୍ୟ ସଂସଦର ସଭାପତି ମଧୁସୂଦନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ଶ୍ରୀ ଶଶାଙ୍କ ଶେଖର ମିଶ୍ର, ସାମ୍ବାଦିକ ମୁକେଶ ପାଢୀ ଓ ଦେବାଶିଷ ପୁରୋହିତ ଯୋଗଦେଇ ଆମର ରାମଲୀଳା ସଂସ୍କୃତି ପରମ୍ପରାକୁ ବଜାୟ ଦୀର୍ଘ ୭୪ବର୍ଷ ଧରି ବଜାୟ ରଖିଥିବା ଗ୍ରାମବାସୀ ଓ ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ ଜଣାଇବା ସହ ଅନୁଷ୍ଠାନ ର ଦୀର୍ଘାୟୁ କାମନା କରିଥିଲେ I   ଶେଷ ରଜନୀର ମୁଖ୍ୟ ଆକର୍ଷଣ ସାଜିଥିଲା ରାବଣ ପୋଡ଼ି ଦୃଶ୍ୟ I ଏଥିରେ ରାବଣ ଭୂମିକାରେ ଅଭିନୟ କରିଥିବା ଗ୍ରାମର ତଥା ଜିଲ୍ଲାର ବେଶ୍ ଜଣାଶୁଣା କଳାକାର ସଂଗ୍ରାମ ଦେହୁରୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା I ଏଥିରେ ରାମ ଭୂମିକାରେ ରଞ୍ଜନ ନାଏକ, ଲକ୍ଷ୍ଷଣ ଭୂମିକାରେ ପ୍ରକାଶ ବେହେରା,ସୀତା ଚୌଧୁରୀ ନାଏକ, ମନ୍ଦୋଦରୀ ଶିବ ଶଙ୍କର ସାହୁ, ତ୍ରିଜଟା ସନ୍ତୋଷ ନାଏକ, ମାତଳୀ ଦିଲ୍ଲୀପ କ୍ଷତି, ହନୁମାନ ଗଦାଧର ଗାଇକୌରିଆ, ବିଭୀଷଣ ଗଣେଶ୍ୱର ତରିଆ, ଶିବ କୃଷନ ଚନ୍ଦ୍ର ପ୍ରଧାନ, ପାର୍ବତୀ ବାବୁଁ ବେହେରା, ଦୁର୍ଗା ଭୂମିକାରେ ଭାଗବତ ମହାକୁଡ ପ୍ରମୁଖ ଅଭିନୟ କରିଥିଲେ I
Previous Post Next Post

ADS