ବୌଦ୍ଧ(ବ୍ୟୁରୋ): ସୋମବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ଆଡେଣୀଗଡ ନିକଟରେ ରେଳପଥ ର ୪ ନଂ ଟନେଲ ଭୁସୁଡ଼ିବା ଘଟଣା ପରେ ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ। ସାଙ୍ଗେ ସାଙ୍ଗେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଥିଲା l ଶ୍ରୀଯୁକ୍ତ ପଧାନ ଙ୍କ ନେତୃତ୍ୱ ରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ହରଭଙ୍ଗା ତହସିଲଦାରଙ୍କୁ ନେଇ ଏକ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ | ପ୍ରଥମେ ଟନେଲ ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପରେ ବାହାରୁ ଟନେଲ ଠାରେ ମାଟି ଅତଡା ଖସି ପଡ଼ିଥିବା ସ୍ଥାନ ପରିଦର୍ଶନ କରିଥିବା ସୂଚନା ମିଳିଛି । ତେବେ କେବଳ ମାଟି ଅତଡା ଖସିଥିବା ବେଳେ କୌଣସି ଶ୍ରମିକ ସେହି ସ୍ଥାନରେ ସେହି ସମୟରେ କାମ କରୁନଥିଲେ ଏବଂ ଶ୍ରମିକ ମାନେ ଅନ୍ୟତ୍ର କାମ କରିଥିଲେ l ସେଥିପାଇଁ କୌଣସି ଜନହାନୀ ହୋଇନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ସେହିପରି ମାଟି ହାଲୁକା ଥିବା ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l
ଆଡେଣୀଗଡ ରେଳ ଟନେଲ ଭୁଶୁଡ଼ିବା ପ୍ରସଙ୍ଗ: ଘଟଣା ସ୍ଥଳ ପରିଦର୍ଶନ କଲା ଜିଲ୍ଲା ପ୍ରଶାସନ
newodishatv.co.in
Tags
odisha