ବାଉଁଶୁଣୀ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗଙ୍କ ରକସା ପଞ୍ଚାୟତ ଅମୁର୍ଡା ସ୍ଥିତ ବାସଭବନରେ ସହିଦ ବିର୍ସା ମୁଣ୍ଡାଙ୍କ ୧୨୫ ତମ ଶ୍ରାଦ୍ଧ ଦିବସ ସୋମବାର ପାଳିତ ହୋଇଯାଇଛି। ବିଧାୟକ ଶ୍ରୀଡାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ବାଉଁଶୁଣୀ ମଣ୍ଡଳ ସଭାପତି ଶରତ କର୍ଣ୍ଣ, ବହିରା ମଣ୍ଡଳ ସଭାପତି ଯୀଶୁ ପ୍ରଧାନ, ଯୁବନେତା ଅସିତ ଡାଙ୍ଗ, ସରୋଜ ତ୍ରିପାଠୀ,ରୋସନ ମେହେରଙ୍କ ସହିତ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକାର୍ତ୍ତା ଓ କର୍ମୀ ଯୋଗ ଦେଇ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।