Ads

ଭୁବନେଶ୍ୱର: ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଓଡ଼ିଶା ରାଜ୍ୟ କମିଟି ନେତୃତ୍ବରେ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ, ଘରୋଇ ମହିଳା ଶ୍ରମିକ ୟୁନିଅନ, ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ, ସଂଗ୍ରାମୀ ଶ୍ରମିକ ୟୁନିଅନ ପକ୍ଷରୁ   ରାଜ୍ୟବ୍ୟାପି ସାଧାରଣ ଧର୍ମଘଟ କୁ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି କରି ବ୍ୟାପକ ପିକେଟିଂ ମାଧ୍ୟମରେ ଅଫିସ, ଦପ୍ତର, ବ୍ୟାଙ୍କ, ସ୍କୁଲ ଆଦି ବନ୍ଦ କରିଥିଲେ। ଶ୍ରମିକ ସଭା, ରାସ୍ତା ଅବରୋଧ ଆଦି ହୋଇଥିଲା।ଭୁବନେଶ୍ୱର ଆଇଗିଣିଆ ଛକରେ ଟ୍ରେଡ ୟୂନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ ଏବଂ ସଭାପତି ବିଚିତ୍ର ପାତ୍ରଙ୍କ ନେତୃତ୍ବରେ ଶହଶହ ଶ୍ରମିକ ଜାତୀୟ ରାଜପଥ ବହୁ ସମୟଧରି ଅବରୋଧ କରି ଗିରଫ ହୋଇଥିଲେ। ଏଠାରେ ଟିୟୁସିଆଇ ନେତା ଶଙ୍କର ଇନକିଲାବ ଏବଂ ବିଚିତ୍ର ଙ୍କୁ ଗିରଫ କରିବା ପାଇଁ ପୋଲିସ ନାକେଦମ୍ ହେବା ସହ ଶ୍ରମିକମାନଙ୍କ ତାତି ଉଠିଥିଲେ। ସେହିପରି କ୍ରାଉନ ହୋଟେଲ ସମ୍ମୁଖ ଜାତୀୟ ରାଜପଥ, ୟୁନିଟ୍ ୮ ରେ ବିକ୍ଷୋଭ କରି ସୋନି ନାୟକ, ଟିକିନା ସ୍ବାଇଁ ଙ୍କ ନେତୃତ୍ବରେ ଶହ ଶହ ଘରୋଇ ମହିଳା ଶ୍ରମିକ ସାମିଲ ହୋଇଥିଲେ। ୬୦ ରୁ ଉର୍ଦ୍ଧ୍ବ ଘରୋଇ ମହିଳା ଶ୍ରମିକ ଗିରଫ୍ ହୋଇଥିଲେ। ମନରେଗା ଶ୍ରମିକମାନେ ହାତକୁ କାମ, ବଞ୍ଚିବା ଯୋଗ୍ୟ ମଜୁରୀ ଏବଂ ନିର୍ଧାରିତ ସର୍ବନିମ୍ନ ମଜୁରୀ ଠାରୁ କମ୍ ପ୍ରଦାନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଦି ଦାବିରେ ଶହ ଶହ ଶ୍ରମିକ ପି ପାର୍ବତୀ ଓ ଟୁନା ମଲ୍ଲିକଙ୍କ ନେତୃତ୍ବରେ ଗଞ୍ଜାମ ଜିଲ୍ଲାରେ ସାମିଲ୍ ହୋଇଥିଲେ । ପୂରୀ ରେ ସୀମାଞ୍ଚଳ ଦାଶ ଓ କୃଷ୍ଣ ମୋହନ ପ୍ରଧାନ, ନୂଆପଡ଼ା ଜିଲ୍ଲାରେ ଗୋବିନ୍ଦରାମ ପ୍ରଧାନ ଆଦି ନେତୃତ୍ବ ନେଇଥିଲେ। କର୍ପୋରେଟ୍ ସପକ୍ଷ ଶ୍ରମ କୋଡ୍ କୁ ବିରୋଧ କରି ସର୍ବଭାରତୀୟ ଶ୍ରମିକ ଧର୍ମଘଟରେ ହଜାର ହଜାର ଶ୍ରମିକ ଅଂଶଗ୍ରହଣ କରିସଶ୍ରମିକ ବିରୋଧୀ ଫାସିବାଦୀ ମୋଦି ସରକାର ଡାଉନ୍ ଡାଉନ୍ ଭଳି ଶକ୍ତିଶାଳୀ ସ୍ଲୋଗାନ ଦେଇଥିଲେ। ଟ୍ରେଡ୍ ୟୁନିୟନ ସେଣ୍ଟର ଅଫ୍ ଇଣ୍ଡିଆ (ଟିୟୁସିଆଇ)ର ନେତୃତ୍ବ ଶ୍ରମିକ ସଭାରେ କିପରି ଚାରି ବର୍ଷ ତଳେ ମୋଦୀ ସରକାର ବହୁରାଷ୍ଟ୍ରୀୟ କମ୍ପାନୀ ଏବଂ କର୍ପୋରେଟ୍ ହାଉସ୍ ଗୁଡ଼ିକର ସ୍ବାର୍ଥରେ ୪୪ଟି ଶ୍ରମ ଆଇନକୁ ଉଚ୍ଛେଦ କରିଥିଲେ- ଯାହା କି ଶ୍ରମିକ ଶ୍ରେଣୀର ଦଶନ୍ଧି ଦଶନ୍ଧି ଧରି ହୋଇଥିବା ନିରବଚ୍ଛିନ୍ନ ସଂଘର୍ଷ ମାଧ୍ୟମରେ ହାସଲ ହୋଇଥିବା ଶ୍ରମ ଆଇନକୁ ଧ୍ବଂସ କରି କର୍ପୋରେଟ୍ ସ୍ୱାର୍ଥ କୁ ସମର୍ଥନ କରୁଥିବା ୪ଟି ଶ୍ରମ କୋଡ୍ ଲାଗୁ କରିଥିଲା। ଏହି ନୂଆ କୋଡ୍ ଶ୍ରମିକମାନଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନେଇଛି ବୋଲି ଚମତ୍କାର ବିଶ୍ଳେଷଣ କରିଥିଲେ।
ଆରଏସଏସର ମାର୍ଗଦର୍ଶନ ରେ ନବ୍ୟଉଦାରବାଦୀ ନୀତିକୁ ଆହୁରି ନୃଶଂସ କରି ଶ୍ରମିକ ଓ ବେକାର ଯୁବକଯୁବତୀଙ୍କୁ ଶସ୍ତା ଶ୍ରମିକ ଭାବେ କିପରି ବ୍ୟବହାର କରାଯାଉଛି। ବିଜେପି ସରକାର ର ୧୧ ବର୍ଷ ଶାସନରେ ଚୁକ୍ତିଭିତ୍ତିକ ନିଯୁକ୍ତି, ଆଉଟସୋର୍ସିଂ ଏବଂ ଶୋଷଣକାରୀ 'ହାୟାର ଆଣ୍ଡ ଫାୟାର' ନୀତି ବ୍ୟାପକ କରାଯାଉଛି। ଏହାକୁ ପ୍ରତିରୋଧ କରିବାକୁ ହେଲେ ବ୍ୟାପକ ଆନ୍ଦୋଳନର ଆବଶ୍ୟକତା ରହିଛି। ଶ୍ରମିକ ଏବଂ ସମସ୍ତ ପରିଶ୍ରମୀ ଜନଗଣଙ୍କ ସହ ଏକଜୁଟ ହେବା ଆବଶ୍ୟକ। ଯେଉଁ ଦିନ ଏହି ଏକତା ସଫଳତାର ସହ ସଂପନ୍ନ ହେବ ଫାସିବାଦୀ ଆର୍ ଏସ୍ ଏସ୍ ବିଜେପି ସରକାର ଏବଂ ସମସ୍ତ ଜନ ବିରୋଧି ସରକାରକୁ ପରାସ୍ତ କରି ଶ୍ରମିକ ଓ ପରିଶ୍ରମ ଜନଗଣଙ୍କ ସ୍ବାର୍ଥ ରକ୍ଷା କରିବାରେ ସଫଳ ହୋଇପାରିବ । ୯ ଜୁଲାଇ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବାରେ ଏହି ଶ୍ରମିକ ଓ ପରିଶ୍ରମୀ ଜନଗଣ ସମସ୍ତ ଚେଷ୍ଟା କରିଛନ୍ତି। ଆଗାମୀ ଦିନରେ ସଂଘର୍ଷ କୁ ବ୍ୟାପକ କରି ସଫଳତା ହାସଲ କରିବେ। ଗିରଫ ହୋଇଥିବା ସାଥୀ ମାନେ ଅପରାହ୍ନ ୪ ଟାରେ ରିଲିଜ୍ ହୋଇଥିଲେ।
Previous Post Next Post

ADS