ସୋନପୁର: ରାଜ୍ୟ ନେତୃବୃନ୍ଦଙ୍କ ଡାକରାରେ ରାଜ୍ୟରେ ତଥା ସୁବର୍ଣପୁର ଜିଲ୍ଲାରେ OAS ଅଧିକାରୀ ମାନଙ୍କ ଏହି ସାମୁହିକ ଛୁଟି ଆନ୍ଦୋଳନକୁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ହିସାବରେ ବେଆଇନ ଦର୍ଶାଇ ସୁବର୍ଣପୁର ଜିଲ୍ଲାର ବରିଷ୍ଠ ଓକିଲ ଶ୍ରୀ ବଳଦେବ ବେଦବାକ, ମହିଳା ସମାଜସେବୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ନେତୃତ୍ବରେ ଅନେକ ବୁଦ୍ଧିଜୀବୀ, ସମାଜସେବୀ ଡାକରା ଦେଇ ବେଆଇନ ଆନ୍ଦୋଳନ ପାଇଁ ଉସ୍କେଇଥିବା ସଂଘର ରାଜ୍ୟ କାଯ୍ୟକର୍ତ୍ତା ସଭାପତି, ସାଧାରଣ ସମ୍ପାଦକ, ରବୀନ୍ଦ୍ର ସେଠୀ, ଓ ଅନ୍ୟମାନେ ଦସ୍ତଖତ କରିଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ FIR ଦାଖଲ କରିଛନ୍ତି। ଏହି FIR ରେ ବର୍ତମାନ ସୁବର୍ଣପୁର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ପାଇଁ ଲୋକେ ନାହିନଥିବା ହଇରାଣ ହେଉଛନ୍ତି, ପୁଣି ଜିଲ୍ଲାରେ ପ୍ରବଳ ବର୍ଷାରେ ଗ୍ରାମାଞ୍ଚଳରେ ପ୍ରବଳ ମାତ୍ରାରେ ମାଟିଘର ମାନ ଭାଙ୍ଗିଯାଇଛି। ଗ୍ରାମାଞ୍ଚଳରେ ରାସ୍ତା ଉପରେ ପାଣିଗୁଡିକ ଯାଇ ଗର୍ତ ମାନ ସୃଷ୍ଟି ହୋଇଛି। ଚାଷଜମି ଗୁଡିକରେ ବାଲିଚର ହୋଇଯାଇଛି। ଜନସାଧାରଣ ବ୍ଲକ ଅଫିସକୁ ଗଲେ ବିଡିଓଙ୍କ ଦେଖା ପାଉନାହାନ୍ତି। ତହସିଲ ଅଫିସ ଗଲେ ତହସିଲଦାର ଓ ଉପଜିଲ୍ଲାପାଳ ଅଫିସ ରେ ଉପଜିଲ୍ଲାପାଳ ତଥା ଏଡିଏମ ଙ୍କ ଦେଖା ନପାଇ ନିଜନିଜର ଅଭିଯୋଗ ଦାଖଲ କରିପାରୁନାହାନ୍ତି। ପୁଣି ଅନେକ ଗ୍ରାମରେ ଲୋକେ ଝାଡା ବାନ୍ତିରେ ମଧ୍ୟ ପୀଡିତ ହେଉଛନ୍ତି। ଗ୍ରାମାଞ୍ଚଳରେ ଚାଲୁଥିବା ରଥଯାତ୍ରା ମାନଙ୍କରେ ମଧ୍ୟ ଦାୟିତ୍ବରେ ଥିବା ଅଧିକାରୀ ମାନଙ୍କ ଅନୁପସ୍ଥିତି ଦଯନୀୟ ପରିସ୍ଥିତି ସୃଷ୍ଟି କରିଛି ବୋଲି ଏତାଲାକାରୀ ମାନେ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲାର OAS ଅଧିକାରୀ ମାନେ ଭଲ, କିନ୍ତୁ ସଂଘର ସଭାପତି, ସମ୍ପାଦକ ଓ ରବୀନ୍ଦ୍ର ସେଠୀ ଷଡଯନ୍ତ୍ର ମୂଳକ ଭାବରେ ଏହି ବେଆଇନ ଆନ୍ଦୋଳନକୁ ଭିଆଇ ଥିବାରୁ ସେମାନଙ୍କୁ ତୁରନ୍ତ ଚାକିରିରୁ ବହିସ୍କାର ପୂର୍ବକ ଗିରଫ କରିବାକୁ ଦାବୀ ହୋଇଛି।