Ads

ବରଗଡ଼: ଓଡ଼ିଶାରେ ନୂତନ ଜାତୀୟ ରାଜପଥର ଚୂଡ଼ାନ୍ତ ଅନୁମୋଦନ ଏବଂ ଘୋଷଣା ପାଇଁ ଅନୁରୋଧ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବଲାଙ୍ଗୀର-ପାଟଣାଗଡ଼-ହରିଶଙ୍କର-ପାଇକମାଳ-ନୂଆପଡ଼ା ନୂଆ ଜାତୀୟ ରାଜପଥ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରାଙ୍କ ପାଖରେ ସେ ଏହି ବଡ଼ ଦାବୀ କରିଛନ୍ତି । ଓଡ଼ିଶା ପାଇଁ ଏହି ନୂଆ ଜାତୀୟ ରାଜପଥ ବହୁ ଗୁରୁତ୍ବ ବହନ କରୁଛି । ପଶ୍ଚିମ ଡ଼ିଶାରେ ଦୀର୍ଘ ଦିନରୁ ଲୋକଙ୍କ ଏହି ଦାବି ରହିଆସିଛି । ସନ୍ତୁଳିତ ଆଂଚଳିକ ବିକାଶ, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଏବଂ ସାମୁଦ୍ରିକ ଉପକୂଳ ଅଂଚଳର ସାମଗ୍ରିକ ସଂଯୋଗ ଦିଗରେ ଏହି ନୂଆ ନୂଆ ଜାତୀୟ ରାଜପଥ ବେଶ ଗୁରୁତ୍ବ । ଏ ସଂଯୋଗୀକରଣ ଓଡ଼ିଶାର ଗୁରୁତ୍ବପୂର୍ଣ ପର୍ଯ୍ୟଟନ ଏବଂ ସାଂସ୍କୃତିକ କେନ୍ଦ୍ର ଗୁଡ଼ିକୁ ସଂଯୋଗ କରି ପର୍ଯ୍ୟଟନକୁ ଯଥେଷ୍ଟ ବ୍ରୁଦ୍ଧି କରିପାରିବ । ଏବଂ ସମଗ୍ରିକ ସାମାଜିକ ଆର୍ଥକ ଅଭିବୃଦ୍ଧିକୁ ପ୍ରୋସାହନ ମିଳିବ ବୋଲି କହିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।
Previous Post Next Post

ADS