ବୌଦ୍ଧ: ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ, IAS ଏବଂ ଉପ ଜିଲ୍ଲାପାଳ ତଥା SDM ଶ୍ରୀଯୁକ୍ତ ବିନୟ କୁମାର ଭୋଇଙ୍କୁ ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ (RSAP) ବୌଦ୍ଧ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା କରା ଯାଇଥିଲା। ସଂଗଠନର ସଭାପତି ଧୀମାନ ପ୍ରଦୀପ କୁମାର ମହାନନ୍ଦଙ୍କ ନେତୃତ୍ବରେ ଏକ ସ୍ୱତନ୍ତ୍ର 14 ଜଣିଆ ପ୍ରତିନିଧି ମଣ୍ଡଳୀ ଦଳିତ ଆଦିବାସୀ ସମାଜର ମୌଳିକ ଅଧିକାର, ସାମ୍ବିଧାନିକ ଅଧିକାର, ସାମାଜିକ ଅଧିକାର, ମାନବିକ ଅଧିକାର , ଗୁଣାତ୍ମକ ଶିକ୍ଷା, ସର୍ବୋପରି ଦଳିତ, ଆଦିବାସୀଙ୍କ ଘର ଡିହ ପଟା, ବାସହୀନ ସହିତ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସବୁ ବର୍ଗର ଲୋକଙ୍କ ଆନ୍ତରିକ ସହଯୋଗ କ୍ରମେ ଜିଲ୍ଲାର ସାମୁହିକ ବିକାଶ ସମ୍ଭବପର ବୋଲି ଜିଲାପାଳ ମତପୋଷଣ କରିଥିଲେ। ତତ ସହ ଉପ ଜିଲ୍ଲାପାଳ ମଧ୍ୟ ଆପଣମାନଙ୍କ ଆନ୍ତରିକ ସହଯୋଗ କ୍ରମେ ଜିଲ୍ଲାର ସାମୁହିକ ବିକାଶ ସମ୍ଭବପର ବୋଲି ମତବ୍ୟକ୍ତ କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ବୈଦ୍ୟନାଥ ମହାନନ୍ଦିଆ, ସାଧାରଣ ସମ୍ପାଦକ ନବୀନ କୁମାର ଭାଏନା, ସହ ସାଧାରଣ ସମ୍ପାଦକ ଟିକ ବେହେରା, କୋଷାଧକ୍ଷ ମନୋଜ ମହାନନ୍ଦିଆ, ସଦସ୍ୟ ସୁଧାଂଶୁ କହଁର, ରାଜେନ୍ଦ୍ର ବେହେରା,ଡାକ୍ତରୀ ବେହେରା, କୃପାସିନ୍ଧୁ ବେହେରା, ଶିବ ବେହେରା, ଚନ୍ଦନ ପାତ୍ର, ଗୌତମ କୁମ୍ଭାର, ରଘୁନାଥ କହଁର, ପ୍ରିୟବ୍ରତ କହଁର ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।