ବୌଦ୍ଧ: ଗୁରୁବାର ବୌଦ୍ଧ ସହର ଟୁଟୁସିଙ୍ଗା ମହାନଦୀ ବ୍ରିଜ ଛକ ନିକଟରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ ଅବସରରେ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଏହି ଶୋଭାଯାତ୍ରାକୁ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ପ୍ରାରମ୍ଭରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥଙ୍କ ନେତୃତ୍ୱ ରେ ବୌଦ୍ଧ ବ୍ଲକ ରୁ ଏକ ବାଇକ୍ ରାଲି ବାହାରି ବ୍ରିଜ ଛକ ନିକଟରେ ମିଶି ଥିଲେ ।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଉପଖଣ୍ଡ ପୋଲିସ ଅଧିକାରୀ ଲରେନ୍ ରାଉତରାୟ, ବୌଦ୍ଧ ବିଡ଼ିଓ ଯୁଦ୍ଧିଷ୍ଠିର ମେହେର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିଆର୍ ସିଂ, ଅଧ୍ୟାପକ ଡ଼ଃ ପ୍ରବୀର କୁମାର ଦାସ ଓ ସମସ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଅନ୍ୟାନ୍ୟ ସରକାରୀ କର୍ମଚାରୀ, ସ୍ବେଛାସେବୀ , କ୍ରୀଡାବିତ୍, ସାମ୍ବାଦିକ, ଅନ୍ୟ ସାଧାରଣ ଜନତା ଯୋଗ ଦେଇଥିଲେ | ବାଇକ ଶୋଭାଯାତ୍ରା ପୁରୁଣା ବ୍ଲକ ଛକ, ମେଡିକାଲ୍ ଛକ , ଗନ୍ଧିଛକ, ପୋଷ୍ଟ ଅଫିସ୍ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା l କାର୍ଯ୍ୟାଳୟ ଆଗରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିରେ ଜିଲ୍ଲାପାଳ ସରକାରଙ୍କ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଆହ୍ବାନ ଦେବା ସହ ସମସ୍ତେ ଏଥିରେ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲା ପରିଷଦର ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଙ୍କ ଘରେ ଜାତୀୟ ପତାକା ଲଗାଇ ସେଲ୍ଫି ନେଇ ମୋବାଇଲ୍ ରେ ଉପଲୋଡ କରି ପ୍ରମାଣପତ୍ର ପାଇବାକୁ ସୂଚନା ପ୍ରଦାନ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଓ ବ୍ଲକ ଅଧ୍ୟକ୍ଷ ଆମ ଦେଶ ପାଳନ କରିବାକୁ ଥିବା ୭୯ ତମ ସ୍ବାଧିନତା ଦିବସ ପାଇଁ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ । ରେଡ୍ କ୍ରସ ର ସଂଗଠକ ଡ଼ଃ ପ୍ରବୀର ଦାସ ସମସ୍ତଙ୍କୁ ମା ନାମରେ ବୃକ୍ଷ ରୋପଣ ପାଇଁ ଆହ୍ବାନ ଦେବା ସହ ସଚେତନତା ସ୍ଲୋଗାନ ଦେଇଥିଲେ। ଶେଷରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତକନ୍ତି ବଳିୟାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l
Tags
odisha