Ads

ବୌଦ୍ଧ: ଜନତା ହାଇସ୍କୁଲ, ବିଲାସପୁରରେ ରବିବାର ଦିନ 2004 ମେଟ୍ରିକ୍ ବ୍ୟାଚ୍ ର ପୁରାତନ ଛାତ୍ର-ଛାତ୍ରୀ, ତାଙ୍କ ପରିବାର ବର୍ଗ ଓ ଗୁରୁଜୀ ମାନଙ୍କୁ ନେଇ 3ୟ ଅଧି ମିଳନ 2025 ଉତ୍ସାହ, ସ୍ମୃତି ଓ ଭାବବ୍ୟାହୁଳତାର ମଧ୍ୟରେ ସଫଳତାର ସହିତ ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ମୃତ୍ୟୁ ବରଣ କରି ଥିବା ଆମ ଗୁରୁଜୀ ଓ ଛାତ୍ର ଛାତ୍ରୀ ମାନଙ୍କ ଅମର ଆତ୍ମା ର ସତଗତି ପାଇଁ 2 ମିନିଟ ଶୋକ ପ୍ରାର୍ଥନା କରଗଲା । ତାପରେ ଉପସ୍ଥିତ ସମସ୍ତ ଗୁରୁଜୀଙ୍କୁ ଫୁଲ ତୋଡ଼ା ଓ ଯୋଡ଼ ପ୍ରଦାନ କରି ସମ୍ମାନିତ କରାଗଲା । ଗୁରୁଜୀମାନେ ତାଙ୍କର ବକ୍ତବ୍ୟରେ ଶିକ୍ଷାର ମହତ୍ତ୍ୱ, ମାନବିକ ମୂଲ୍ୟବୋଧ, ସେହି ସମୟର ଶିକ୍ଷା ପ୍ରଣାଳୀ ଓ ବର୍ତ୍ତମାନର ଶିକ୍ଷା ପ୍ରଣାଳୀ ଉପରେ ଆଲୋଚନା କଲେ । ସେମାନେ “ଅଧି ମିଳନ” ର ଅର୍ଥକୁ କେବଳ ପରିଚୟ ନୁହେଁ, ବରଂ ଗୁରୁ-ଶିଷ୍ୟଙ୍କ ପରମ୍ପରା ଗତ ସମ୍ପର୍କକୁ ନବୀକରଣ କରିବାର ସୁଯୋଗ ବୋଲି ବ୍ୟାଖ୍ୟା କଲେ । ମଣିଷ ତିଆରି କାରଖାନା ର ଆମେ ସବୁଦିନ ପାଇଁ ଗୋଟିଏ ଗୋଟିଏ ଶ୍ରମିକ ବୋଲି  କହିଥିଲେ । 
ଛାତ୍ର-ଛାତ୍ରୀଙ୍କ ଅନୁରୋଧରେ ଶ୍ରୀଯୁକ୍ତ ରମେଶ ପ୍ରସାଦ ନାୟକ ମହୋଦୟ ନିଜ ଲେଖା “କଳପଟା ର କବିତା ” ବହିରୁ କିଛି ପଦ ପଢ଼ି ଶୁଣାଇଲେ ଓ କବିତା ମାଧ୍ୟମରେ ସମସ୍ତଙ୍କୁ ସ୍ମୃତିର ସମୁଦ୍ରରେ ନେଇଗଲେ । ପୁରାତନ ଛାତ୍ର-ଛାତ୍ରୀମାନେ ନିଜର ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ପ୍ରତି ମତାମତ ରଖିଥିଲେ ଏବଂ ଆଗକୁ ଆହୁରି ସୁନ୍ଦର ଭାବରେ ଏପରି ପରିବାର ମୂଳକ ମିଳନ କେମିତି କରାଯାଇପାରିବ, ସେଥିରେ ପ୍ରସ୍ତାବ ଦେଲେ । କିଏ କିଏ ଗୀତ ଓ କବିତା ଗାଇ କାର୍ଯ୍ୟକ୍ରମ କୁ ଆକର୍ଷଣୀୟ କରିଥିଲେ । ଦୀର୍ଘ ବର୍ଷ ପରେ ସାଥୀ, ଜୀବନସାଥୀ ଓ ଛୁଆମାନଙ୍କ ସହିତ ପୁରୁଣା ବିଦ୍ୟାଳୟରେ ଏକାଠି ହୋଇ ସମସ୍ତେ ଅତ୍ୟନ୍ତ ଆନନ୍ଦିତ ଓ ଭାବବ୍ୟହୁଳ ହେଇଥିଲେ । ଗୁରୁଜୀ ଓ ଶିଷ୍ୟମାନଙ୍କ ମଧ୍ୟରେ ସେହି ସ୍ମୃତିମୟ ସମ୍ମିଳନ ସମସ୍ତଙ୍କୁ ଏକତା, ମିତ୍ରତା ଓ ମାନବିକତାର ମୂଲ୍ୟ ସ୍ମରଣ କରାଇଲା ଓ ଆଗାମୀ ଦିନରେ ଆମ ଏ ବିଦ୍ୟାଳୟ ର ଯେମିତି ଉନ୍ନତି ହେଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ।  ଏହି କାର୍ଯ୍ୟକ୍ରମରେ ଗୁରୁଜୀ ରମେଶ ପ୍ରସାଦ ନାୟକ, ହେମନ୍ତ କୁମାର କ୍ଷେତି, ପିଅନ ଧନେଶ୍ୱର ହୋତା, ମାଛିନ୍ଦ୍ର ସାହୁ, ଭ୍ରମରବର ବିଶୋଇ । ସହିତ, ବର୍ତ୍ତମାନର ଖେଳ ଶିକ୍ଷକ ଓ 2004 ବ୍ୟାଚ୍ ର ସମସ୍ତ ପୁରାତନ ଛାତ୍ର-ଛାତ୍ରୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ I
Previous Post Next Post

ADS