ବୌଦ୍ଧ: ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଜେପି ବହିରା ମଣ୍ଡଳ ଅଁଳାପାଲି ହାଟପଦା ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ମଣ୍ଡଳ ସଭାପତି ଯୀଶୁ ପଧାନଙ୍କ ସଭାପତିତ୍ବରେ ସଭା ପରିଚାଳନା କରାଯାଇଥିଲା l ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ ଯୋଗଦେଇ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନୀ ଓ ଏକାତ୍ମବାଦ ତାଙ୍କର ଆଦର୍ଶ ଉପରେ ଆଲୋଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏକଲବ୍ୟ ମହାକୁଳ, ରୋଶନ ମେହେର, ଶିବ କର୍ମୀ, ସୁନୀଲ ନାଗ, ଗୋପୀନାଥ ମେହେର, ନରେଶ ପଧାନ, ଯଯାତି ପଧାନ, ଦିଲ୍ଲୀପ ଖଟୁଆ, ଯଶୋବନ୍ତ ଭୋଇନା, ଦିଲ୍ଲୀପ କୁମ୍ଭାର ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ l ସେହିପରି ବାଉଁଶୁଣି ମଣ୍ଡଳ ବିଜେପି ତରଫରୁ ଗଦଭିତର ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଏଥିରେ ମଣ୍ଡଳ ସଭାପତି ଶରତ କର୍ଣ୍ଣଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଜୋନ ନମ୍ବର 4 ରାକେଶ ତ୍ରିପାଠୀ, ହିମାଂଶୁ କର୍ଣ୍ଣ, ଅଜିତ ମହାକୁଳ, ପୂର୍ଣ୍ଣ ଚନ୍ଦ୍ର ମେହର, ଦଶରଥ ପ୍ରଧାନ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ l
Tags
odisha